ନଶ୍ବର ଶରୀର ସୁନ୍ଦର ସଂସାର
ସମସ୍ତ ମରଣଶୀଳ ,
ଆମେ ସବୁ ଏଠି ଆଉ ଆମ ମାଟି
ଅଟୁ ଏକ କଳାକାର ।
ଜୀବନେ କରମ ଆଣେ ଯେ ଧରମ
କରମ ହିଁ ଚିରନ୍ତନ ,
କର୍ମ ବିନା ମନ ଶ୍ମଶାନ ସମାନ
ଘର କରେ ସଇତାନ ।
କାହାକୁ କରମ ଉଠାଇ ସରମ
କରିଦିଏ ସେ ମହାନ ,
ଆଉ କିଏ ପୁଣି ସବୁ ଜାଣି ଜାଣି
କରମ କରନ୍ତି ହୀନ ।
ଯାଉ ଏହି ମନ ରାତି ଆଉ ଦିନ
କରେ କରମ ସାଧନ ,
ଜୀବନ ତାହାର ହୁଏ ଯେ ସୁନ୍ଦର
ହୁଏ ପ୍ରେମରେ ସିଂଚନ ।
ଜୀବନ ଏପରି କରେ ଶିକ୍ଷା ବାରି
ପ୍ରତିକ୍ଷଣେ ଦିଏ ଶିକ୍ଷା ,
ସେହି ଶିକ୍ଷା ଯାର କରଇ ମଙ୍ଗଳ
ଦିଏ ବିଭବ ପ୍ରତୀକ୍ଷା ।
୩▪
ମହେଶ୍ବର କବି
ସମସ୍ତ ମରଣଶୀଳ ,
ଆମେ ସବୁ ଏଠି ଆଉ ଆମ ମାଟି
ଅଟୁ ଏକ କଳାକାର ।
ଜୀବନେ କରମ ଆଣେ ଯେ ଧରମ
କରମ ହିଁ ଚିରନ୍ତନ ,
କର୍ମ ବିନା ମନ ଶ୍ମଶାନ ସମାନ
ଘର କରେ ସଇତାନ ।
କାହାକୁ କରମ ଉଠାଇ ସରମ
କରିଦିଏ ସେ ମହାନ ,
ଆଉ କିଏ ପୁଣି ସବୁ ଜାଣି ଜାଣି
କରମ କରନ୍ତି ହୀନ ।
ଯାଉ ଏହି ମନ ରାତି ଆଉ ଦିନ
କରେ କରମ ସାଧନ ,
ଜୀବନ ତାହାର ହୁଏ ଯେ ସୁନ୍ଦର
ହୁଏ ପ୍ରେମରେ ସିଂଚନ ।
ଜୀବନ ଏପରି କରେ ଶିକ୍ଷା ବାରି
ପ୍ରତିକ୍ଷଣେ ଦିଏ ଶିକ୍ଷା ,
ସେହି ଶିକ୍ଷା ଯାର କରଇ ମଙ୍ଗଳ
ଦିଏ ବିଭବ ପ୍ରତୀକ୍ଷା ।
୩▪
ମହେଶ୍ବର କବି
No comments:
Post a Comment