ପଙ୍କରେ କାଦୁଅ କଣ୍ଟାରେ ଗୋଲାପ ,
ଅନ୍ଧାର ଉପରେ ଆଲୋକ ପ୍ରଦୀପ ।
ପଙ୍କିଳ କାଦୁଅ କେତେ ଯେ ଦୂଷିତ ,
ପଙ୍କଜ ପୁଷ୍ପ ଫୁଣି ସେଥିରୁ ଜାତ ।
ଗୋଲାପ ଫୁଲଟି କେତେ ଯେ ସୁନ୍ଦର ,
ଅସାବଧାନରେ ଝରାଏ ରୁଧିର।
ସୁନ୍ଦର ଫୁଲଟି କଣ୍ଟାର ମଧ୍ୟରେ,
ଆନନ୍ଦ ରହିଛି ବିଷାଦ ସାଥିରେ।
ପ୍ରଦୀପ ଆଲୋକେ କାଳର ବିନାଶ,
ସେଠି ଅନତୀରେ କାଳର କଳସ।
ଦୀର୍ଘକାଳ ବ୍ଯାପି ଥାଏ କାଳରାତ୍ରି ,
ସକାଳ ଆସିଲେ ହୁଏ କାଳଯାତ୍ରି।
ବିଦାୟ ଦିଏ କେତେ ଦୁଃଖ ଯାତନା ,
ଦିଏ ଯେ ନୂତନ ସ୍ବାଗତ କଳ୍ପନା।
ବିଫଳତା ଚାହେଁ ସଫଳତା ସ୍ବାଦ,
ଯେପରି ଧନହୀନ ଖୋଜେ ସମ୍ପଦ ।
ଦୁଃଖ ପରେ ସୁଖ ଜନମ ମରଣ ,
ଏହିପରି ଅଟେ ମଣିଷ ଜୀବନ।
ଅନ୍ଧାର ଉପରେ ଆଲୋକ ପ୍ରଦୀପ ।
ପଙ୍କିଳ କାଦୁଅ କେତେ ଯେ ଦୂଷିତ ,
ପଙ୍କଜ ପୁଷ୍ପ ଫୁଣି ସେଥିରୁ ଜାତ ।
ଗୋଲାପ ଫୁଲଟି କେତେ ଯେ ସୁନ୍ଦର ,
ଅସାବଧାନରେ ଝରାଏ ରୁଧିର।
ସୁନ୍ଦର ଫୁଲଟି କଣ୍ଟାର ମଧ୍ୟରେ,
ଆନନ୍ଦ ରହିଛି ବିଷାଦ ସାଥିରେ।
ପ୍ରଦୀପ ଆଲୋକେ କାଳର ବିନାଶ,
ସେଠି ଅନତୀରେ କାଳର କଳସ।
ଦୀର୍ଘକାଳ ବ୍ଯାପି ଥାଏ କାଳରାତ୍ରି ,
ସକାଳ ଆସିଲେ ହୁଏ କାଳଯାତ୍ରି।
ବିଦାୟ ଦିଏ କେତେ ଦୁଃଖ ଯାତନା ,
ଦିଏ ଯେ ନୂତନ ସ୍ବାଗତ କଳ୍ପନା।
ବିଫଳତା ଚାହେଁ ସଫଳତା ସ୍ବାଦ,
ଯେପରି ଧନହୀନ ଖୋଜେ ସମ୍ପଦ ।
ଦୁଃଖ ପରେ ସୁଖ ଜନମ ମରଣ ,
ଏହିପରି ଅଟେ ମଣିଷ ଜୀବନ।
ମହେଶ୍ୱର କବି
କବିତା ମତାମତ ନିଶ୍ଚିତଭାବରେ ଦିଅନ୍ତୁ । ଆପଣଙ୍କ ମତାମତ ଅପେକ୍ଷାରେ ଆମେ ଓଡିଆ ଭାରି ବଢିଆର ଗୋଷ୍ଠୀ।
ଧନ୍ଯବାଦ୍
No comments:
Post a Comment