ମହେଶ୍ୱର ବେହେରା ( କବି )
ନେବା ଲାଗି ନେତା ଧରିଛନ୍ତି ଛତା
ଅଛନ୍ତି ରକ୍ଷକ ସାଜି ,
ତୁମ ପରି ନେତା ନାହିଁ ଆଉ ସତ୍ତା
ଲୋଡା ତୁମେ ହେଁ ନେତାଜୀ ••••
ଲୋଡା ତୁମେ ହେଁ ନେତାଜୀ
ବ୍ଯକ୍ତିଗତ ସ୍ବାର୍ଥ ଆଉ କିଛି ଅର୍ଥ
ଖେଳେ ରାଜନୀତି ବାଜି ,
କ୍ଷମତା ଆଶାରେ ନିଜର ଭାଷାରେ
ଚାଲେ ରୁଧିରରେ ଭିଜି ••••
ଲୋଡା ତୁମେ ହେଁ ନେତାଜୀ
ଭୁଲିଲ ଜୀବନ ହୋଇଲ ମହାନ
ଦେଶର ପ୍ରେମ ଅରଜି ,
ଦେଶ ଲାଗି ମନ ଦେଶ ବି ଜୀବନ
ସଂଗ୍ରାମ ପ୍ରଦୀପ ତେଜି ••••
ଲୋଡା ତୁମେ ହେ ନେତାଜୀ
ଚାଲିଲେ ଇଂରେଜ ନେଇ ତାଙ୍କ ଫୌଜ
ଛାଡିଦେଲେ ଗୁଣ ରାଜି ,
ସେ ସମସ୍ତ ଧ୍ବଂସ କରିବାକୁ ଶେଷ
ଲୋଡା ତୁମେ ହେଁ ନେତାଜୀ ••••
ଲୋଡା ତୁମେ ହେଁ ନେତାଜୀ ••••
ଜୟ ହିନ୍ଦ
ଜୟ ହିନ୍ଦ •••• ଜୟ ହିନ୍ଦ •••• ଜୟ ହିନ୍ଦ ••••
ସୁଭାଷ ଚନ୍ଦ୍ର ପାଇଥିଲେ ବିପଦ , ଜୟ ହିନ୍ଦ
ସ୍ବାଧିନତା ପାଇ ବଢାଇଲେ ପାଦ ,ଜୟ ହିନ୍ଦ
ଛାଡିଦେଲେ ସବୁ ସର୍ମାନ ସୁଆଦ ,ଜୟ ହିନ୍ଦ
ପୂଜିଥିଲେ ଭାରତ ମାତାର ପଦ ,ଜୟ ହିନ୍ଦ
ବନ୍ଦେ ମାତରମ୍ •• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
ସ୍ବାଧିନତା ପାଇ ଛାଡିଲେନି ଜିଦ୍ ,ଜୟ ହିନ୍ଦ
ଗୋରାଙ୍କୁ ଯିବାଙ୍କୁ କରିଲେ ତାଗିଦ୍,ଜୟ ହିନ୍ଦ
ଭାରତ ମାତାର ପାଇ ଆର୍ଶିବାଦ , ଜୟ ହିନ୍ଦ
ଭୁଲିଗଲେ ସବୁ ସମ୍ପଦ ବିପଦ , ଜୟ ହିନ୍ଦ
ଗୋରାଙ୍କ ରହିବା କରିଦେଲେ ବନ୍ଦ ,ଜୟ ହିନ୍ଦ
ଲିଭାଇଲେ ତାଙ୍କ ପୁନେଇ ଚାନ୍ଦ , ଜୟ ହିନ୍ଦ
ବନ୍ଦେ ମାତରମ୍•• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
ଗୋରାଙ୍କ ଉପରେ ସାଇତି ବିପଦ ,ଜୟ ହିନ୍ଦ
ହୃଦୟ ଗଢିଲ ବିଶାଳ ବାରୁଦ , ଜୟ ହିନ୍ଦ
ଭାରତବାସୀଙ୍କ ଆଖିରେ ଆନନ୍ଦ , ଜୟ ହିନ୍ଦ
ଦେଶର ଉପରୁ ହଟିଲା ବିପଦ , ଜୟ ହିନ୍ଦ
ଇଂରେଜଙ୍କ ଗୁଳିକୁ ଦେଖାଇ କାନ୍ଧ , ଜୟ ହିନ୍ଦ
ଦେଖାଇ ଦେଲ ତାଙ୍କୁ ରକ୍ତର ହ୍ରଦ , ଜୟ ହିନ୍ଦ
ବନ୍ଦେ ମାତରମ୍•• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
No comments:
Post a Comment