ବିଦ୍ୟାଦାୟିନୀ ହେ ମା ସରସ୍ବତୀ,
ତୁମେ ହି ଦିଅ ମୂର୍ଖତାରୁ ମୁକ୍ତି ।
କୋଟି ପ୍ରଣାମ ତୁମ ଚରଣରେ ,
ଆମେ ସଭିଏ ତୁମ ଶରଣରେ ।
ସବୁ କାଳରେ ଦିଅ ଆର୍ଶିବାଦ ,
ସଭିଏ ପାଆନ୍ତୁ ବିଦ୍ୟା ସମ୍ପଦ ।
ମନ୍ଦବୁଦ୍ଧିକୁ ଦିଅ ଆର୍ଶିବାଦ,
ସ୍ବଚ୍ଛ ହେଇଯାଉ ମନ ଜୀବନ।
ସ୍ବଚ୍ଛ ମନରେ କରୁଛୁ ପ୍ରାଥନା ,
ପୂରଣ ହେଉ ବିବେକ ଭାବନା।
ଅନ୍ଧାରରେ ତୁମେ ଦିଅ ଆଲୋକ ,
ଆମରି ସଭିଙ୍କ ଶୁଭଚିନ୍ତକ ।
ସଭିଙ୍କ ଉପରେ ତୁମରି ମନ,
ବଜାୟ ରଖିଛ ବିଦ୍ୟାର ମାନ।
No comments:
Post a Comment