ମହେଶ୍ୱର କବି
ଆଜି ଯିଏ ରାଜା କାଲି ପାଏ ସଜା
ସବୁ ସମୟର ଖେଳ,
କେବେ ପୁଣି ଭାଗ୍ଯ ଲଗାଏ ସେ ଦାଗ
ଦୁନିଆ ମରଣଶୀଳ ।
ଅତି ମୂଲ୍ଯବାନ ରୁହ ଯତ୍ନବାନ
ସମୟ ହାତରେ ଡୋରି,
ଆଜିର ଶୁଦ୍ଧତା ଉଚ୍ଚ ଗୁଣବତା
ପାଏ ନାହିଁ ଯୋଗ୍ଯ ବାରି ।
ଅନ୍ତରର ହିଂସା ଘୋଟାଏ ତମସା
ଭସ୍ମ କରେ ସେ ଜୀବନ,
ଦ୍ବେଷ ହିଂସା ଇର୍ଷା ଯେତକ ସମସ୍ଯା
ଦୂର କରିଦିଏ ମନ ।
ଏମିତି ସମୟ ହୁଏ ବ୍ଯବସାୟ
ଶିକ୍ଷା ଧର୍ମ ଭକ୍ତି ସହ,
ଅତି ନିଚ୍ଚ ଧ୍ଯାନ ଦେଖିଲେ ନୟନ
ଉଠିଯାଏ ସେ ଆଗ୍ରହ ।
ନିଜ ଭବିଷ୍ୟତ ରଖି ନିଜ ହାତ
ଭବିଷ୍ଯ କର ଉଜ୍ଜ୍ବଳ,
ନହେଲେ ନିଶ୍ଚିତ ହୁଏ ପ୍ରାୟଶ୍ଚିତ
ଭସ୍ମ ହୁଏ ଯେ ସକଳ ।
ସମୟ ବଦଳେ ଜୀବନ ସୁଧାରେ
ରଖିଲେ ଉଚ୍ଚ ଭାବନା,
ନିଜର କରମ ବଢାଏ ଧରମ
ସତ କରେ ସେ କଳ୍ପନା।
ଜୀବନ ପଥରେ ଆମରି ସାଥୀରେ
ରହିଅଛି କଣ୍ଟା ଫୁଲ ,
ଯାହା ବିଁ ଘଟିଛି ଯାହା ବି ଘଟୁଛି
ସବୁକିଛି ହେବ ଭଲ।
ସକଳ ମଣିଷ ସମୟର ଦାସ
ଚାଲେ ଦେଇ ତାକୁ ତାଳ,
କେବେ ସେ ସରସ କେବେ ନାଗଫାଶ
ପୁଣି କେବେ ହୁଏ କାଳ।
ଜୀବନ ଆମର ଆଲୋକ ଅନ୍ଧାର
ରହିଅଛି ସଦା ଘେରି,
ଅନ୍ଧାର ପରେ ହିଁ ଆଲୋକର ମହି
ରଚିଛନ୍ତି ବିଶ୍ବଧାରି ।
ଅତିତର ଦୁଃଖ ଦିଏନାହିଁ ସୁଖ
ରଖନାହିଁ ତାହା ମନେ,
ତୃଟିକୁ ସୁଧାରି ଭୁଲିଯାଇ କଳି
ଆଗକୁ ବଢ ଜୀବନେ। ଅତିତର କଥା ଦିଏ ଯଦି ବ୍ଯଥା
ଭୁଲିଯିବା ଅଟେ ଭଲ,
କଣ୍ଟାର ଆଘାତ କଷ୍ଟ ଦିଏ ସତ
ଦିଏ ସେ ସୁନ୍ଦର ଫୁଲ ।
କଣ୍ଟାର ପ୍ରାଚୀର ମଝିରେ ତା ଘର
ଭିତରେ ଅଛି ଗୋଲାପ,
ସଫଳତା ସ୍ବାଦ ବିଭବ ସମ୍ପଦ
ମିଳେ ରଖିଲେ ସକଂଳ୍ପ ।
ବିପଦକୁ ଡରି ରଖି ସୁଖ ବାରି
ମିଳେନାହି ସଫଳତା ,
ସମୟ ଆଗତେ ଭିନ୍ନ ଭିନ୍ନ ମତେ
ଜିତି ହୁଏନା ସଭ୍ଯତା ।
ବିତିଯାଇ ଥିବା ଚାଲିଯାଇ ଥିବା
ମୁହୂର୍ତ୍ତ କେବେ ଫେରେନା,
କରିଲେ କ୍ରନ୍ଦନ ଯେତେ ଦେଲେ ଧନ
ଅତିତ କିଣି ହୁଏନା।
ଅତିତ କଥାରେ ତାହାରି ବ୍ଯଥାରେ
ମନ ହୁଏ ଯଦି ଘୋରି,
ସେପରି ବ୍ଯଥାକୁ ପଚାରି ମନକୁ
ସେହି ବ୍ଯଥା ଦିଅ ମାରି । ସମୟ କାହାରି ରଖେନା ଗୁହାରି
କରେନାହିଁ ସେ ଅପେକ୍ଷା,
ନିଜର ପଥରେ ଗାଏ ସେ ଗୀତରେ
ଦେଇଯାଏ ବହୁ ଶିକ୍ଷା ।
କାହାରି ସାହାରା ନ ମଣି ନିଆରା
କର୍ମ ପଥେ ଅଗ୍ରସର,
ସେହିପରି ଗତି ହାରି ଅବା ଜିତି
ଦିଏ ଅମୃତର ନୀର ।
ସର୍ବଦା ମଣିଷ ସମୟର ଦାସ
ରହିଅଛି ରହିଥିବ ,
ସମୟକୁ ଛାଡି ଚାଲିଗଲେ ମାଡି
ସଫଳତା ଅସମ୍ଭବ ।
କାଳ ତ ଏମିତି ରଖେ ବହୁ ଶକ୍ତି
ଫେରାଏ ପ୍ରତିବଦଳ ,
ତାକୁ କଲେ ନଷ୍ଟ ମିଳେ ବହୁ କଷ୍ଟ
ହୋଇପାରେ ପୁଣି ଖଳ ।
ନଷ୍ଟ କରିଦିଏ ଦୁଃଖ ପୁଣି ଦିଏ
ନେଇଯାଏ ପ୍ରତିଶୋଧ,
ଲୋଡା ହେଲେ ସିଏ ଏମିତି କରାଏ
କରିଦିଏ ପୁଣି ଗଧ ।
କ୍ଷଣକ ସୁଖରେ କ୍ଷଣକ ନିଶାରେ
ହୋଇଥାଏ ଯେଉ କାମ ,
ସୁଖ ହୁଏ ଦୁଃଖ ଅଶୁଭ ଚିନ୍ତକ
ହୋଇଯାଏ ସେ ଅର୍ଧମ ।
ଇଶ୍ବର ସର୍ବଦା ଦିଅନ୍ତି ଏକଦା
ନେବାପାଇ ପ୍ରାୟଶ୍ଚିତ,
ନେଲେ ପ୍ରାୟଶ୍ଚିତ ତାହା ପାଇ ସତ
ହୋଇଯିବ ଦେବସୁତ ।
ସମୟର ଦିଗ କଲେ ଉପଯୋଗ
ସମୟ ହୁଏ ପ୍ରସନ୍ନ,
ଧୈଯ୍ଯର ବକ୍ଷରେ କର୍ମର ସାକ୍ଷ୍ଯରେ
ହୋଇଥାଏ ସେ ମିଷ୍ଟାନ୍ନ।
ଆମ ପରିବେଶ ରଖଇ ବିଶ୍ବାସ
ଦିଏ ସେ ଭାବନା ଦିଗ,
ଭାବେ ଯାହା ମନ ରଖେ ଯଦି ଧ୍ଯାନ
ଆସିଯାଏ ସେହି ଯୁଗ।
ସବୁଠାରୁ ସତ୍ଯ ଘଟୁଅଛି ନିତ୍ଯ
ଚିରନ୍ତନ ଏ ମରଣ,
ମରଣ ଏମିତି ଦେଖେନାହି ଜାତି
ଦେଖେନାହିଁ ସେ କାରଣ।
OUR FACEBOOK PAGE
Nice
ReplyDeleteNice
ReplyDeleteThanks
ReplyDelete