ସ୍ବପ୍ନର ଭାରତ ଗଢି ହେଲା ନାହିଁ
ଯାହା ତୁମେ ଭାବିଥିଲ ,
ଦେଶର ବାହାରେ ଦୁଷ୍ଟଶକ୍ତି ଦ୍ବରା
ଭାରତରୁ ଚାଲିଗଲ ।
ଯେଉ ବଳ ଦ୍ବାରା ତୁମେ ଜିଣିଥିଲ
ଇଂରେଜଙ୍କ ସାମ୍ରାଜ୍ଯକୁ ,
ଆଜି ସେହି ବଳ ସବୁ ଭୁଲିଗଲେ
ଭୁଲି ତୁମ ସାହାଯ୍ଯକୁ ।
କୋଟି ଜନତାଙ୍କ ହୃଦୟ ଠାକୁର
ରହି ପାଉଅଛ ପୂଜା ,
ପରୋପକାରରେ ଜୀବନ ତୁମରି
ହୋଇ ରହିଥିଲା ସଜା ।
ଭାରତ ମାତାର ହେ ବୀରପୁରୁଷ
ତୁମେ ଯେ ଦିବ୍ଯସୁରୁଜ ,
ଆଲୋକ ରୂପକ ଏହି ସ୍ବାଧିନତା
ଆଣିଲା ତୁମରି ତେଜ ।
6▪▪ ମହେଶ୍ବର କବି
No comments:
Post a Comment