Friday, 20 March 2020

ପ୍ରିୟତମା କର କ୍ଷମା / Priyatama Odia Poem by Maheswar Kabi

Priyatama Odia poem
ପ୍ରେମ ସାଗରରେ     ପ୍ରିୟା ମୋ ସାଥିରେ
             କରୁଥିଲା ସେ ଭ୍ରମଣ ,
ଅମୋଘ ଆନନ୍ଦ     ନଥିଲା ବିପଦ
             ଘଟିଗଲା ଅଘଟଣ।
କିଛିଟା ଦୂରତା       ଭାଙ୍ଗିଦେଲା ସତ୍ତା
              ରହିଲାନି ପ୍ରେମ ଭାବ,
ପରଦେଶୀ କେହି     ମିଠା ମିଠା କହି
              ପୂରଣ କଲା ଅଭାବ।
 ପ୍ରିୟାତମା ମୋର    ପାଉ ଖୁସି ଧାର
              ବିଷାଦ ନ ଧରୁ ପାଦ ,
ବିଭୁଙ୍କ ଆଶିଷ         ପାଉ ସେ ବିଶ୍ବାସ
               ନ ରହୁ ପାଖେ ବିପଦ।
ସୁନ୍ଦର ସ୍ବଭାବ        ନ ରହୁ ଅଭାବ
              ଭଲ , ମନ୍ଦ ପାରୁ ଜାଣି ,
କାଚ ବି ଚମକେ     ହୀରାର ସମ୍ମୁଖେ
              ଧରେ କାଚ , ହୀରା ମଣି।   
ମହେଶ୍ୱର କବି
Whatsapp :- 9777719416


Thursday, 12 March 2020

ପୁଅ ଶାଶୁଘର ( Pua Sasughara / Odia Poem by Maheswar Kabi )

Pua Sasughara Odia poem by Maheswar Kabi
ନାରୀ ବିନା ପୁରୁଷ ସମ୍ପୂର୍ଣ୍ଣ ହୋଇପାରେନା ଏହା ଏକ ଅକାଟ୍ୟ ସତ୍ଯର କିନ୍ତୁ ପୁରୁଷଟିଏ ମଧ୍ୟ ନିଜ ପରିବାର ଓ ଏ ସମାଜ ପାଇ ବହୁତ୍ କିଛି କରିଥାଏ ଯାହା ଏହି କବିତାରେ ଦର୍ଶାଯାଇଛି। ଭଲ ଲାଗିଲେ ଆପଣଙ୍କ ପ୍ରିୟଜନଙ୍କୁ ସେୟାର କରନ୍ତୁ।
ଆପଣ ନିଜ ହୃଦୟର ଭାଷାକୁ କବିତାରେ ପ୍ରକାଶ କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ।
Whatsapp :- 9777719416
କିଏ ସେ କହୁଚି      ଯେ କେବଳ ଝିଅ
          ଅଚିହ୍ନା ଘରକୁ ଯାଏ ,
ପୁଅଟି ସତରେ       ନିଜର ଘରରେ
         ସବୁବେଳେ ରହିଥାଏ,
ପଢିବା ପାଇକି       କେବେ ସେ କାମରେ
          ନିଜ ଘର ଛାଡିଦିଏ ,
ଯିଏ ହାଣ୍ଡିଶାଳ        କେବେ ଯାଇନାହିଁ
            ରୋଷେଇ ବି କରୁଥାଏ,
କେବେ କେବେ ପୁଣି      ଖାଦ୍ଯ ଅଭାବରେ
            ଉପାସରେ ଶୋଇଯାଏ,
ଖାଦ୍ୟର ଦାବିରେ          ଯେଉ ପିଲା ଦିନେ
             ମା ସହ ଝଗଡା ଦିଏ ,
ଦେଖ ଆଜି ସିଏ             ଲୁଣିଆ ଅଲଣା
              ସବୁକିଛି ଖାଇଯାଏ ,
କିଏ ସେ କହୁଚି               ଯେ କେବଳ ଝିଅ
               ଅଚିହ୍ନା ଘରକୁ ଯାଏ ।
                                    ମହେଶ୍ୱର କବି
    
Maheswar Kabi

Saturday, 7 March 2020

ଦୁଃଖରେ ସୁଖ ( Odia Poem By Maheswar Kabi )

Odia poem dukhare sukha
ପଙ୍କରେ କାଦୁଅ କଣ୍ଟାରେ ଗୋଲାପ ,
ଅନ୍ଧାର ଉପରେ ଆଲୋକ ପ୍ରଦୀପ ।
ପଙ୍କିଳ କାଦୁଅ କେତେ ଯେ ଦୂଷିତ ,
ପଙ୍କଜ ପୁଷ୍ପ ଫୁଣି ସେଥିରୁ ଜାତ ।
ଗୋଲାପ ଫୁଲଟି କେତେ ଯେ ସୁନ୍ଦର ,
ଅସାବଧାନରେ ଝରାଏ ରୁଧିର।
ସୁନ୍ଦର ଫୁଲଟି କଣ୍ଟାର ମଧ୍ୟରେ,
ଆନନ୍ଦ ରହିଛି ବିଷାଦ ସାଥିରେ।
ପ୍ରଦୀପ ଆଲୋକେ କାଳର ବିନାଶ,
ସେଠି ଅନତୀରେ କାଳର କଳସ।
ଦୀର୍ଘକାଳ ବ୍ଯାପି ଥାଏ କାଳରାତ୍ରି ,
ସକାଳ ଆସିଲେ ହୁଏ କାଳଯାତ୍ରି।
ବିଦାୟ ଦିଏ କେତେ ଦୁଃଖ ଯାତନା ,
ଦିଏ ଯେ ନୂତନ ସ୍ବାଗତ କଳ୍ପନା।
ବିଫଳତା ଚାହେଁ ସଫଳତା ସ୍ବାଦ,
ଯେପରି ଧନହୀନ ଖୋଜେ ସମ୍ପଦ ।
ଦୁଃଖ ପରେ ସୁଖ ଜନମ ମରଣ ,
ଏହିପରି ଅଟେ ମଣିଷ ଜୀବନ।      
ମହେଶ୍ୱର କବି 
କବିତା ମତାମତ ନିଶ୍ଚିତଭାବରେ ଦିଅନ୍ତୁ । ଆପଣଙ୍କ ମତାମତ ଅପେକ୍ଷାରେ ଆମେ ଓଡିଆ ଭାରି ବଢିଆର ଗୋଷ୍ଠୀ।
ଧନ୍ଯବାଦ୍         

ଓଡିଆ କବିତା ପଢନ୍ତୁ ଓଡିଆ ରଖନ୍ତୁ

ସୁବାଷ ବୋଷ ପ୍ରଧାନମନ୍ତ୍ରୀ ହୋଇଥିଲେ ଆମ ଦେଶ କିପରି ହୋଇଥାନା / ତୁମେ ହେଁ ନେତାଜୀ / Suvash Chandra Bose

                                                           ମହେଶ୍ୱର ବେହେରା ( କବି )             ନେବା ଲାଗି ନେତା            ଧରିଛନ୍ତି ଛତା ...