ପ୍ରେମ ସାଗରରେ ପ୍ରିୟା ମୋ ସାଥିରେ
କରୁଥିଲା ସେ ଭ୍ରମଣ ,
ଅମୋଘ ଆନନ୍ଦ ନଥିଲା ବିପଦ
ଘଟିଗଲା ଅଘଟଣ।
କିଛିଟା ଦୂରତା ଭାଙ୍ଗିଦେଲା ସତ୍ତା
ରହିଲାନି ପ୍ରେମ ଭାବ,
ପରଦେଶୀ କେହି ମିଠା ମିଠା କହି
ପୂରଣ କଲା ଅଭାବ।
ପ୍ରିୟାତମା ମୋର ପାଉ ଖୁସି ଧାର
ବିଷାଦ ନ ଧରୁ ପାଦ ,
ବିଭୁଙ୍କ ଆଶିଷ ପାଉ ସେ ବିଶ୍ବାସ
ନ ରହୁ ପାଖେ ବିପଦ।
ସୁନ୍ଦର ସ୍ବଭାବ ନ ରହୁ ଅଭାବ
ଭଲ , ମନ୍ଦ ପାରୁ ଜାଣି ,
କାଚ ବି ଚମକେ ହୀରାର ସମ୍ମୁଖେ
ଧରେ କାଚ , ହୀରା ମଣି।
କରୁଥିଲା ସେ ଭ୍ରମଣ ,
ଅମୋଘ ଆନନ୍ଦ ନଥିଲା ବିପଦ
ଘଟିଗଲା ଅଘଟଣ।
କିଛିଟା ଦୂରତା ଭାଙ୍ଗିଦେଲା ସତ୍ତା
ରହିଲାନି ପ୍ରେମ ଭାବ,
ପରଦେଶୀ କେହି ମିଠା ମିଠା କହି
ପୂରଣ କଲା ଅଭାବ।
ପ୍ରିୟାତମା ମୋର ପାଉ ଖୁସି ଧାର
ବିଷାଦ ନ ଧରୁ ପାଦ ,
ବିଭୁଙ୍କ ଆଶିଷ ପାଉ ସେ ବିଶ୍ବାସ
ନ ରହୁ ପାଖେ ବିପଦ।
ସୁନ୍ଦର ସ୍ବଭାବ ନ ରହୁ ଅଭାବ
ଭଲ , ମନ୍ଦ ପାରୁ ଜାଣି ,
କାଚ ବି ଚମକେ ହୀରାର ସମ୍ମୁଖେ
ଧରେ କାଚ , ହୀରା ମଣି।
ମହେଶ୍ୱର କବି
Whatsapp :- 9777719416