କାହାକୁ ଜଣା ବିଧିର ବିଧାନ ,
କାହାକୁ ଜଣା କପାଳ ଲିଖନ ,
ଏଇ ତ ଜୀବନ ,,, ଏଇ ତ ଜୀବନ ,,,
ଦୁଃଖ ସୁଖର ପ୍ରବାହ ସମାନ ,
ଏହାକୁ ମାନେନା କାହାରି ମନ ,
ଏଇ ତ ଜୀବନ ,,, ଏଇ ତ ଜୀବନ ,,,
ଶିକ୍ଷା ରହିଥିଲେ ଆସିବ ଧନ ,
ମିଳିବ ସବୁଠି ମାନ ସର୍ମାନ ,
ଏଇ ତ ଜୀବନ ,,, ଏଇ ତ ଜୀବନ ,,,
ବିଫଳତା ସଫଳତାର ମାନ ,
ବିଫଳ ଦିଏ ସଫଳ ଜୀବନ,
ଏଇ ତ ଜୀବନ ,,, ଏଇ ତ ଜୀବନ ,,,
କରମ ବିନା ପୂରେନା ସପନ ,
ଚେଷ୍ଟା ଦ୍ବାରା କର୍ମ ହୁଏ ସମ୍ପନ୍ନ,
ଏଇ ତ ଜୀବନ ,,, ଏଇ ତ ଜୀବନ ,,,
ମହେଶ୍ବର କବି