ଆପଣ କେବେ ନା କେବେ ଭାବିଥିବେ କି ମୁ ଯାହା କରୁଚି ତାହା ଠିକ୍ ତ? ଆଜି ଆପଣଙ୍କୁ ଏମିତି କିଛି ସୁତ୍ର କହିବି ଯାହା ଦ୍ବାରା ଆପଣ ନିଜର କର୍ମ ବିଷୟରେ ଜାଣି ପାରିବେ ଓ ନିଜ କାମକୁ ବହୁତ୍ ଆଗକୁ ନେଇ ପାରିବେ।
୧ :- ଯେଉ କାମ କରିବା ସମୟରେ ଆମ ବିବେକକୁ କଷ୍ଟ ହୁଏନାହିଁ ତାହା ସତ୍ କର୍ମ । ଏହି କାମରେ କାହାରି ମନକୁ କଷ୍ଟ ହୁଏନାହିଁ।
୨:- ଆମ କର୍ମ ଯଦି ଆମର ଧର୍ମ ନଷ୍ଟ କରେ ତେବେ ତାହା ଅଧର୍ମ ହୁଏ ଓ ବହୁତ୍ ଧନ , ଜୀବନ ନଷ୍ଟ ହୋଇଯାଏ।
ନିଜର ହୃଦୟ ରହୁ ସେ ଅକ୍ଷୟ
ଏମିତି ହେଉ କରମ ,
ଏଥିରେ ଭାଙ୍ଗେନା କାହାରି କଳ୍ପନା
ସୁରକ୍ଷିତ ରହେ ମନ ।
ନିଜର କରମ ନିଜର ଧରମ
ଭାଙ୍ଗେ ଯଦି ନିଜ ମନ ,
ତାହା ହିଁ ଅଧର୍ମ ବୁଝେନାହି ମର୍ମ
ନଷ୍ଟ କରେ ସେ ଜୀବନ ।
ସେଥିରୁ ବିରତ ରହିବା ଉଚିତ
ଯାହା ଜୀବନର ମୋଡ ,
ସେ ଏମିତି ମୋଡ ସବଳ ପାହାଡ
ସୃଷ୍ଟି କରିଦିଏ ଝଡ ।
ଜୀବନର ଗତି ହୃଦୟର ମତି
ଦିଏ ସିଏ ବଦଳାଇ ,
ସୁବର୍ଣ୍ଣ ଜୀବନ ସନ୍ତୁଷ୍ଟ ମରଣ
ସୃଷ୍ଟି କରେ ଏହି ମହି ।
ଉଚିତ ସମୟ କରନାହି କ୍ଷୟ
ଲୋଡା ଯେ ସଦୁପଯୋଗ ,
ଗଡିଗଲେ ଏହା ରହେନାହି ତାହା
ବଦଳିଯାଏ ସେ ଦିଗ ।
୧ :- ଯେଉ କାମ କରିବା ସମୟରେ ଆମ ବିବେକକୁ କଷ୍ଟ ହୁଏନାହିଁ ତାହା ସତ୍ କର୍ମ । ଏହି କାମରେ କାହାରି ମନକୁ କଷ୍ଟ ହୁଏନାହିଁ।
୨:- ଆମ କର୍ମ ଯଦି ଆମର ଧର୍ମ ନଷ୍ଟ କରେ ତେବେ ତାହା ଅଧର୍ମ ହୁଏ ଓ ବହୁତ୍ ଧନ , ଜୀବନ ନଷ୍ଟ ହୋଇଯାଏ।
ନିଜର ହୃଦୟ ରହୁ ସେ ଅକ୍ଷୟ
ଏମିତି ହେଉ କରମ ,
ଏଥିରେ ଭାଙ୍ଗେନା କାହାରି କଳ୍ପନା
ସୁରକ୍ଷିତ ରହେ ମନ ।
ନିଜର କରମ ନିଜର ଧରମ
ଭାଙ୍ଗେ ଯଦି ନିଜ ମନ ,
ତାହା ହିଁ ଅଧର୍ମ ବୁଝେନାହି ମର୍ମ
ନଷ୍ଟ କରେ ସେ ଜୀବନ ।
ସେଥିରୁ ବିରତ ରହିବା ଉଚିତ
ଯାହା ଜୀବନର ମୋଡ ,
ସେ ଏମିତି ମୋଡ ସବଳ ପାହାଡ
ସୃଷ୍ଟି କରିଦିଏ ଝଡ ।
ଜୀବନର ଗତି ହୃଦୟର ମତି
ଦିଏ ସିଏ ବଦଳାଇ ,
ସୁବର୍ଣ୍ଣ ଜୀବନ ସନ୍ତୁଷ୍ଟ ମରଣ
ସୃଷ୍ଟି କରେ ଏହି ମହି ।
ଉଚିତ ସମୟ କରନାହି କ୍ଷୟ
ଲୋଡା ଯେ ସଦୁପଯୋଗ ,
ଗଡିଗଲେ ଏହା ରହେନାହି ତାହା
ବଦଳିଯାଏ ସେ ଦିଗ ।
No comments:
Post a Comment