Tuesday, 7 August 2018

ମୋ ପିଲାଦିନ || my school life in odia

ମଣିଷ ଜୀବନର ପିଲାଦିନଟି ଚିରଦିନ ପାଇ ସ୍ମରଣୀୟ ହୋଇ ରହିଯାଏ । ପିଲାଦିନର ଅଧା ସମୟ ବିଦ୍ଯାଳୟରେ କଟିଥାଏ । ଏହି  ସମୟରେ ହୋଇଥିବା ହସ ଖୁସି ପରେ କେବେ ହୋଇ ପାରେନା । ବହୁତ ସମୟରେ ଇଚ୍ଛା ହୁଏ ଫୁଣି ଥରେ ପଛକୁ ପରିଯାଇ ବିଦ୍ୟାଳୟର ପଢା ଆରମ୍ଭ କରିବାକୁ ସେହି ହସ , ଖୁସି ,ରାଗ,ରୁଷା ,ମାନ , ଅଭିମାନ ପେରି ପାଇବାକୁ । ଆପଣମାନଙ୍କର କ'ଣ ଏମିତି ଇଚ୍ଛା ହୁଏନି କିଁ ।
School Life in odia

                ମୁଁ ଏବେ ଏମିତି କିଛି ପିଲାଙ୍କ ବିଷୟରେ କହିବାକୁ ଯାଉଚି ଯେଉମାନେ ବିଦ୍ୟାଳୟର ସ୍ମୃତିକୁ ମନେ ରଖିବାକୁ ଏବେ ମଧ୍ଯ ମିଶିକି ଅଛନ୍ତି ଅର୍ଥାତ ସବୁଦିନ ଗୋଷ୍ଠୀ ହୋଇ କଥା ହେଉଛନ୍ତି ସେ ଫେସବୁକରେ ହଉ ଅବା ଏକାଠି ହୋଇ । ମୁ ସେ ମାନଙ୍କର ବିଦ୍ୟାଳୟର ସମୟ ବିଷୟରେ କହୁଛି । ସେହି ବିଦ୍ୟାଳୟରେ ସଭିଁଏ ଇତିହାସ ଗୁରୁଜୀଙ୍କୁ ବହୁତ୍ ମାନନ୍ତି ଓ ସର୍ମାନ କରନ୍ତି। ଆଉ ଜଣେ ଗୁରୁଜୀ ତାଙ୍କର ଅଲଗା ଅଲଗା ପଥରେ ପାଠ ପଢାନ୍ତି । ବଡ ହେବା ପରେ ବହୁ ଗବେଷଣା ପରେ ଜାଣି ପାରୁଛି କିଁ ଗୁରୁଜୀଙ୍କ ପଢାଇବାର ପଥ ଭୁଲ୍ ଥିଲା । ସେତେବେଳ କିନ୍ତୁ ଆମେ ସଭିଁଏ ମାନୁଥିଲୁ। ପୁଅ ଓ ଝିଅ ସଭିଏଁ ବହୁତ ମଜା କରୁଥିଲୁ । ଆଜି ବିଁ ସେ ସବୁ ମନେ ପଡିଲେ ଆପେ ଆପେ ମୁହଁରେ ହସ ଆସିଯାଏ ଆଉ ସେହି ସମୟକୁ ପେରିଯିବାକୁ ଇଚ୍ଛା ହୁଏ କିନ୍ତୁ ଏ ନିଷ୍ଠୁର ସମୟ ତାହାର ଅନୁମତି ଦିଏନାହିଁ । ଧିରେ ଧିରେ ସମୟ ବିଦ୍ୟାଳୟର ସାଥିକୁ ଦୂରେଇ ଦଉଚି କିନ୍ତୁ ଯେତେ ଚେଷ୍ଟା କଲେ ବି ମନରେ ରହିଯାଇ ଥିବା ସ୍ମୃତିକୁ କେମିତି ଭୁଲେଇବ। ସେହି ସ୍ମୃତି ରହିଛି ବୋଲି ତ ଯେବେ ବି ବନ୍ଧୁଟିଏ ଦେଖାହେଲେ କଥା ହଉ ହଉ ସମୟର ଅତିକ୍ରାନ୍ତ ଜଣା ପଡେନାହିଁ। ତମେ ଭାବୁଛ ମୁଁ କାହା ବିଦ୍ୟାଳୟର କାହାଣି କହୁଛି ଆରେ ବନ୍ଧୁ ମୁ ଆମ ବିଦ୍ୟାଳୟର କାହାଣୀ କହୁଥିଲି ।
              ଆମ ବିଦ୍ୟାଳୟର ସବୁ ପିଲାଙ୍କୁ ଏ କାହାଣୀ ସେୟାର୍ କର ବନ୍ଧୁ । ଧନ୍ୟବାଦ
                            ମହେଶ୍ବର କବି 

No comments:

Post a Comment

ଓଡିଆ କବିତା ପଢନ୍ତୁ ଓଡିଆ ରଖନ୍ତୁ

ସୁବାଷ ବୋଷ ପ୍ରଧାନମନ୍ତ୍ରୀ ହୋଇଥିଲେ ଆମ ଦେଶ କିପରି ହୋଇଥାନା / ତୁମେ ହେଁ ନେତାଜୀ / Suvash Chandra Bose

                                                           ମହେଶ୍ୱର ବେହେରା ( କବି )             ନେବା ଲାଗି ନେତା            ଧରିଛନ୍ତି ଛତା ...