Success formula in odia poem :- This is an odia poem in which we explain formulas of success. This poem is written by Maheswar Kabi.
ସଫଳତାର ସୁତ୍ର :- ଏହା ଏକ ଓଡିଆ କବିତା ଯେଉଁଥରେ ସଫଳତାର ସୁତ୍ରଗୁଡିକ ରହିଛି । ସମୟ ଓ ଧୈଯ୍ଯର ମଣିଷକୁ ସଫଳତା ଦେଇଥାଏ। ବିଫଳତା ମିଳିଲେ ବି ସେଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ । ସେହି ବିଫଳତା ଦିନେ ବହୁତ୍ ବଡ ସଫଳତା ଦେଇପାରେ।
ସମୟ ହାତରେ ଧୈଯ୍ଯର ସାଥିରେ
ରହିଅଛି ସଫଳତା,
ଭବରଙ୍ଗ ମାୟା ତୁଚ୍ଛ ଏହି କାୟା
ସଫଳ ରଖେନା ସତ୍ତା।
ମିଳୁ ସଫଳତା ଅବା ବିଫଳତା
ରଖିବା କେବଳ ଶିକ୍ଷା,
ସଫଳତା ଭୋଳ କରାଏ ପାଗଳ
ଦିଏ ବିଫଳତା ଦିକ୍ଷା।
ବିଫଳତା ଶିକ୍ଷା ଦୃଢ କରେ ଦିକ୍ଷା
ସଫଳତାର ସୋପାନ,
ସେହି ଶିକ୍ଷା ବଳ ଦିଏ ଯେବେ ଫଳ
ସାର୍ଥକ ହୁଏ ଜୀବନ।
ଦୁନିଆର ଲୋକ ଲାଭର ଚିନ୍ତକ
ଲାଭ ପାଇ ତାଙ୍କ କାମ,
ଏ ଲାଭର ନିଶା ହୋଇଗଲେ ପେଷା
ଭ୍ରଷ୍ଟାଚାର କରେ ଶ୍ରମ।
ଏହା ଚିରନ୍ତନ ଯାହା କି ମରଣ
ସମସ୍ତଙ୍କୁ ଏହା ଜଣା,
ସଭିଁଏ ଡରନ୍ତି ଦୂରେଇ ରୁହନ୍ତି
ମରଣର କଷ୍ଟ ଶୁଣା।

NOTE :- This is an odia poem for success which is written by Odia Poet Maheswar Kabi.
ଦ୍ରଷ୍ଟବ୍ଯ:- ଆଶା କରୁଛି କି ଆପଣ ମାନଙ୍କୁ ଏହି କବିତା ଭଲ ଲାଗିଥିବ। ଆପଣମାନେ ଏହି କବିତାଟି ଆପଣମାନଙ୍କ ବନ୍ଧୁମାନଙ୍କ ସହ ସେୟାର୍ କରି ପାରିବେ।
ଦ୍ରଷ୍ଟବ୍ଯ:- ଆଶା କରୁଛି କି ଆପଣ ମାନଙ୍କୁ ଏହି କବିତା ଭଲ ଲାଗିଥିବ। ଆପଣମାନେ ଏହି କବିତାଟି ଆପଣମାନଙ୍କ ବନ୍ଧୁମାନଙ୍କ ସହ ସେୟାର୍ କରି ପାରିବେ।
No comments:
Post a Comment