ପୃଥିବୀକୁ କବିମାନେ ରଙ୍ଗମଞ୍ଚ ବୋଲି କହିଛନ୍ତି। ଏଇ ରଙ୍ଗମଞ୍ଚ ଆମ ପାଇ ବଦଳିଯାଏ। କିପରି ଆସନ୍ତୁ ଜାଣିବା
୧:- ଏହି ରଙ୍ଗମଞ୍ଚରେ ଆମେ ସଭିଏ କଳାକାର। ଏଠାରେ ବହୁ କଳାକାର ନିଜର ସ୍ବାର୍ଥ ପାଇ ନିଜର ପରିଚୟ ବାରମ୍ବାର ବଦଳାଇ ଦିଅନ୍ତି ।
୨:- ଆମର ବଦଳାଇବା ସ୍ବଭାବ ଅନୁସାରେ ଭବସାଗର ମଧ୍ୟ ନିଜର ସ୍ବଭାବ ବଦଳାଇ ଦିଏ।
୩ :- ଏହି ଭବସାଗର ସଭିଙ୍କୁ ନାୟକ ହେବା ପାଇ ସୁଯୋଗ ଦିଏ ପରେ ନିଜ ଇଚ୍ଛାରେ ସଭିଙ୍କ ଅଭିନୟ ବଦଳାଇ ଦିଏ।
୪:- ଦୁନିଆରେ ଆମର କିଏ ଭଲ ଆଉ କିଏ ଖରାପ ଚିନ୍ତା କରେ କିନ୍ତୁ ପିତା, ମାତା ସବୁ ସମୟରେ ଭଲ ହିଁ ଚିନ୍ତା କରିଥାନ୍ତି ।
ରଙ୍ଗମଞ୍ଚ ଘର ବହୁ କଳାକାର
ଗଢନ୍ତି ସ୍ବପ୍ନର ଘର,
ନିଜ ପରିଚୟ କରିଦେଇ କ୍ଷୟ
ବଦଳାନ୍ତି ବାରବାର।
ଏ ଭବସାଗର ସେହିପରି ଦ୍ବାର
ବଦଳାଏ ଭିନ୍ନ ମୋଡ,
କାହାକୁ ନାୟକ କାହାକୁ ଚିନ୍ତୁକ
କରିଦେଇପାରେ ଜଡ।
ମାନବ ସମାଜ ହୋଇଛନ୍ତି ସଜ
ବନିଛନ୍ତି କଳାକାର ,
ନିଜର ଚରିତ୍ର ହୁଏ ରିପୁ ମିତ୍ର
ବୁଡି ଯାଉଛି ସଂସାର।
ବାସ୍ତବ ମାନବ ଯା ଠାରେ ସମ୍ଭବ
ଆମରି ଉନ୍ନତି ଖ୍ଯାତି ,
ସେ ଆମରି ମାତା ସେ ଜଗତଜିତା
ଲୋଡା ତା ଆଶିଷ ଶକ୍ତି।
ମହି ଭବରଙ୍ଗ କରଇ ତରଙ୍ଗ
ଦେଉଥାଏ ସେ ସୁଯୋଗ,
କରଛଡା ହୁଏ କେବେ ଚାଲିଯାଏ
କେବେ ଆସିଯାଏ ଯୋଗ।
ଗଢନ୍ତି ସ୍ବପ୍ନର ଘର,
ନିଜ ପରିଚୟ କରିଦେଇ କ୍ଷୟ
ବଦଳାନ୍ତି ବାରବାର।
ଏ ଭବସାଗର ସେହିପରି ଦ୍ବାର
ବଦଳାଏ ଭିନ୍ନ ମୋଡ,
କାହାକୁ ନାୟକ କାହାକୁ ଚିନ୍ତୁକ
କରିଦେଇପାରେ ଜଡ।
ମାନବ ସମାଜ ହୋଇଛନ୍ତି ସଜ
ବନିଛନ୍ତି କଳାକାର ,
ନିଜର ଚରିତ୍ର ହୁଏ ରିପୁ ମିତ୍ର
ବୁଡି ଯାଉଛି ସଂସାର।
ବାସ୍ତବ ମାନବ ଯା ଠାରେ ସମ୍ଭବ
ଆମରି ଉନ୍ନତି ଖ୍ଯାତି ,
ସେ ଆମରି ମାତା ସେ ଜଗତଜିତା
ଲୋଡା ତା ଆଶିଷ ଶକ୍ତି।
ମହି ଭବରଙ୍ଗ କରଇ ତରଙ୍ଗ
ଦେଉଥାଏ ସେ ସୁଯୋଗ,
କରଛଡା ହୁଏ କେବେ ଚାଲିଯାଏ
କେବେ ଆସିଯାଏ ଯୋଗ।
ମହେଶ୍ୱର କବି
NOTE :- I hope you like this article. You can share this with your friends and relatives .
It is written by Maheswar Kabi.
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ଭୁଲିବେନି ।ଧନ୍ୟବାଦ
No comments:
Post a Comment