ହେ ସୃଷ୍ଟିକର୍ତ୍ତା ଅତି ସୁନ୍ଦର ଭାବରେ ଆମରି ସୃଷ୍ଟି ଗଢିଅଛ। ଏ ସୁନ୍ଦର ନୀଳ ଆକାଶ ଯାହାକୁ ଦେଖିଲେ ମନରେ ଶୂନ୍ୟତା ଆସେନା। ଏହା ଠାରୁ ଆଶ୍ଚର୍ଯ୍ୟ ସୂର୍ଯ୍ୟଙ୍କ କିରଣ , ସେ ସକାଳର ଉଦୟ ହେଉ ଅବା ସନ୍ଧ୍ୟାର ସୂର୍ଯ୍ୟାସ୍ତ ସମୟ ହେଉ। ସୁନେଲି ରଙ୍ଗର ସୁନ୍ଦର କିରଣ ଦେଖିଲେ ମନ ବହୁତ ଆନନ୍ଦିତ ହୁଏ।
କେବଳ ସେତିକି ନୁହେ ମାନବ ସମାଜକୁ ଅତି ଦରକାର ହେଉଥିବା ବୃଷ୍ଟିର କଳ୍ପନା ତୁମରି ଠାରୁ ସୃଷ୍ଟି । ଯାହାର ଉପକାର ପୂରା ମାନବ ଜାତି ପାଉଅଛି। ଏ ଧରା ବା ଯାହାକୁ ଆମେ ପୃଥିବୀ ବୋଲି କରିଥାଉ ତାକୁ ଏତେ ଶକ୍ତି ଦେଇଅଛ ଯାହା ଆମ ସମସ୍ତଙ୍କ ଭାର ନେଇଅଛି।
ଏମିତି ଭାବରେ ହେ ଇଶ୍ବର ଆପଣ ଆମକୁ ସବୁକିଛି ଦେଇଛନ୍ତି ଆଉ କିଛି ମାରିବାକୁ ପଡିନି। ତଥାପି ଏତିକି ଆଶୀର୍ବାଦ ମାରିବାକୁ ଚାହୁଁଛି କି ହେ ଇଶ୍ବର ସତ୍ ପଥରେ ଥିବା ଲୋକକୁ ସର୍ବଦା ସହାୟ ହୁଅନ୍ତୁ ଏବଂ ଅସତ୍ ଲୋକଙ୍କୁ ସୁଧାରି ଦିଅନ୍ତୁ।
ଆହା କି ସୁନ୍ଦର ତୁମରି ସଂସାର
ହେ ସୃଷ୍ଟି ତୁମରି ସୃଷ୍ଟି ,
ସୁନ୍ଦର ଆକାଶ ସୁରୁଜ ପ୍ରକାଶ
ଅତି ସୁନ୍ଦର ଏ ବୃଷ୍ଟି।
ସୁନ୍ଦର ସୃଷ୍ଟିର ସୁନ୍ଦର ସଂସାର
ଗଢିଲ ନିଜର ଧ୍ୟାନେ ,
ପ୍ରେମ ଲୋଭ ମୋହ ଅହଙ୍କାର ଦାହ
ଦେଇଅଛ ତୁମେ ଦାନେ।
ଧରାକୁ ଗଢିଲ ସୂର୍ଯ୍ୟ, ଚନ୍ଦ୍ର ଜାଲ
ଗଢିଲ ମାନବ ଜାତି ,
ଅକ୍ଷୟ ଶ୍ରଦ୍ଧାରେ ଅକ୍ଷୟ ପ୍ରେମରେ
ଧରାକୁ ଦେଇଛ ଶକ୍ତି।
ଲାଗଇ ଆଶ୍ଚର୍ଯ୍ୟ ଦେଖିଦେଲେ ସୂର୍ଯ୍ୟ
ଚନ୍ଦ୍ରମାର ଶୀତଳତା,
ଗଢିଲ ଏମିତି ଦିନ ଆଉ ରାତି
ରଖିଛ ଧର୍ମର ସତ୍ତା।
ଦିଅ ଆଶୀର୍ବାଦ ହଟାଇ ବିପଦ
ଫେରାଇ ରାମରାଇଜ,
ବୁଡୁ ଏ ଅଧର୍ମ ଜିତୁଥାଉ କର୍ମ
ଫେରୁ ଧରମ ସୁରୁଜ ।