ମା ସରଗଠୁ ବଡ ପୁଣି ମାଟିଠୁ ଭାରି,
ମା ଡାକ ଏଇ ଦୁନିଆରେ ଅମୃତ ପରି ।
ଦୁଃଖରେ ବିପଦରେ ନିଏ କୋଳେଇ,
କାନ୍ଦିଲେ ବୁଝାଏ ସେ ତାରା ଦେଖାଇ ,
ରୁଷିଲେ ରାଗିଲେ ବୁଝାଇ ନିଏ ଆଦରି ,
ମା ସରଗଠୁ ବଡ ପୁଣି ମାଟିଠୁ ଭାରି ,,,,,,,,
ଅନ୍ଧାରୁ ଆଣି ସେ ଆଲୋକ ଦେଇଛି,
ସବୁ କରେ ସେ ପାଇବା ଆଶା ପୋଛି ,
ଏଇ ଯୁନ୍ଧ ଭୂମିରେ ସାରଥି ହୋଇ,
ସବୁବେଳେ ସେ ଦିଏ ବାଟ କଢେଇ ,
ସୁଖରେ ଦୁଃଖରେ ଥାଏ ସେ ପାଖେ ଆମରି ,
ମା ସରଗଠୁ ବଡ ପୁଣି ମାଟିଠୁ ଭାରି ,,,,,,,,
୨▪
ମହେଶ୍ବର କବି
You Tube:- Maheswar KABI Creations
No comments:
Post a Comment