Friday, 22 December 2017

Childhood is a dream ପିଲାଦିନ ଆଜି ସପନ




  ଜୀବନର ପିଲାଦିନଟି ଚିରଦିନ ପାଇ ସ୍ମରଣୀୟ ହୋଇ ରହିଯାଏ । ପିଲାଦିନର ଅଧା ସମୟ ବିଦ୍ଯାଳୟରେ କଟିଥାଏ । ଏହି  ସମୟରେ ହୋଇଥିବା ହସ ଖୁସି ପରେ କେବେ ହୋଇ ପାରେନା । ବହୁତ ସମୟରେ ଇଚ୍ଛା ହୁଏ ଫୁଣି ଥରେ ପଛକୁ ପରିଯାଇ ବିଦ୍ୟାଳୟର ପଢା ଆରମ୍ଭ କରିବାକୁ ସେହି ହସ , ଖୁସି ,ରାଗ,ରୁଷା ,ମାନ , ଅଭିମାନ ପେରି ପାଇବାକୁ । ଆପଣମାନଙ୍କର କ'ଣ ଏମିତି ଇଚ୍ଛା ହୁଏନି କିଁ ।
                ମୁଁ ଏବେ ଏମିତି କିଛି ପିଲାଙ୍କ ବିଷୟରେ କହିବାକୁ ଯାଉଚି ଯେଉମାନେ ବିଦ୍ୟାଳୟର ସ୍ମୃତିକୁ ମନେ ରଖିବାକୁ ଏବେ ମଧ୍ଯ ମିଶିକି ଅଛନ୍ତି ଅର୍ଥାତ ସବୁଦିନ ଗୋଷ୍ଠୀ ହୋଇ କଥା ହେଉଛନ୍ତି ସେ ଫେସବୁକରେ ହଉ ଅବା ଏକାଠି ହୋଇ । ମୁ ସେ ମାନଙ୍କର ବିଦ୍ୟାଳୟର ସମୟ ବିଷୟରେ କହୁଛି । ସେହି ବିଦ୍ୟାଳୟରେ ସଭିଁଏ ଇତିହାସ ଗୁରୁଜୀଙ୍କୁ ବହୁତ୍ ମାନନ୍ତି ଓ ସର୍ମାନ କରନ୍ତି। ଆଉ ଜଣେ ଗୁରୁଜୀ ତାଙ୍କର ଅଲଗା ଅଲଗା ପଥରେ ପାଠ ପଢାନ୍ତି । ବଡ ହେବା ପରେ ବହୁ ଗବେଷଣା ପରେ ଜାଣି ପାରୁଛି କିଁ ଗୁରୁଜୀଙ୍କ ପଢାଇବାର ପଥ ଭୁଲ୍ ଥିଲା । ସେତେବେଳ କିନ୍ତୁ ଆମେ ସଭିଁଏ ମାନୁଥିଲୁ। ପୁଅ ଓ ଝିଅ ସଭିଏଁ ବହୁତ ମଜା କରୁଥିଲୁ । ଆଜି ବିଁ ସେ ସବୁ ମନେ ପଡିଲେ ଆପେ ଆପେ ମୁହଁରେ ହସ ଆସିଯାଏ ଆଉ ସେହି ସମୟକୁ ପେରିଯିବାକୁ ଇଚ୍ଛା ହୁଏ କିନ୍ତୁ ଏ ନିଷ୍ଠୁର ସମୟ ତାହାର ଅନୁମତି ଦିଏନାହିଁ । ଧିରେ ଧିରେ ସମୟ ବିଦ୍ୟାଳୟର ସାଥିକୁ ଦୂରେଇ ଦଉଚି କିନ୍ତୁ ଯେତେ ଚେଷ୍ଟା କଲେ ବି ମନରେ ରହିଯାଇ ଥିବା ସ୍ମୃତିକୁ କେମିତି ଭୁଲେଇବ। ସେହି ସ୍ମୃତି ରହିଛି ବୋଲି ତ ଯେବେ ବି ବନ୍ଧୁଟିଏ ଦେଖାହେଲେ କଥା ହଉ ହଉ ସମୟର ଅତିକ୍ରାନ୍ତ ଜଣା ପଡେନାହିଁ। ତମେ ଭାବୁଛ ମୁଁ କାହା ବିଦ୍ୟାଳୟର କାହାଣି କହୁଛି ଆରେ ବନ୍ଧୁ ମୁ ଆମ ବିଦ୍ୟାଳୟର କାହାଣୀ କହୁଥିଲି ।
              ଆମ ବିଦ୍ୟାଳୟର ସବୁ ପିଲାଙ୍କୁ ଏ କାହାଣୀ ସେୟାର୍ କର ବନ୍ଧୁ । ଧନ୍ୟବାଦ
                            ମହେଶ୍ବର କବି
You Tube:- Maheswar KABI Creations 

Sunday, 17 December 2017

New Year Special Poem ( ନୂତନ ବରଷ )

       
         ଦିନ ପରେ ଦିନ             ମାସ ପରେ ମାସ
                          ବିତିଯାଏ ପୁଣି ବର୍ଷ ,
            ଜାଣି ହୁଏ ନାହିଁ             କେତେ ବେଳେ ପୁଣି
                          ନୂଆ ବର୍ଷ ଦିଏ ସ୍ପର୍ଶ,
            ନୂତନ ବର୍ଷରେ              ନୂତନ ଆଶାର
                          ମନରେ ହୁଏ ପ୍ରକାଶ,
            ଆଉ କିଛି ଆଚ୍ଛା            ହୋଇଯାଏ ଅଧା
                           ରହିଯାଏ ଅବଶୋଷ ,
            ବିଶୁଦ୍ଧ ଭାବନା              ନିସ୍ବାର୍ଥ କାମନା
                           ସତ୍ଯ ପ୍ରଭୁ ଆଶୁତୋଷ,
             ଯେତେ କୁସଂସ୍କାର         ପ୍ରଭୁ ଗଙ୍ଗାଧର
                           କରିଦିଅନ୍ତୁ ବିନାଶ,
            ନୂତନ ବରଷ                 ଦିଅନ୍ତୁ ଆଶିଷ
                           ଘୃଣାଭାବ ହେଉ ଶେଷ,
            ସମୟର ଗତି                 ମଣିଷର ସ୍ଥିତି
                           କମାଇ ଦିଏ ଆୟୁଷ,
            ଜହ୍ନ ତାରା ପୁଣି               କେତେକ ନକ୍ଷତ୍ର
                          ବକ୍ଷରେ ରଖେ ଆକାଶ,
            ରଖିଦେଇ ଦୁଃଖ              ସୁଖ କରେ ଦୃଶ୍ଯ
                          ଦେବତା ପରି ମଣିଷ,
            ନୂତନ ବର୍ଷର                  ବହୁଳ ଶୁଭେଚ୍ଛା
                          ପହଞ୍ଚୁ ସହିଙ୍କ ପାଶ।
                                                   ମହେଶ୍ବର କବି
Tag your BEST FRIENDS........
Tag your ALL CHILDHOOD FRIENDS...
Tag your ALL FAMILY MEMBER......

           

ସୁବାଷ ବୋଷ ପ୍ରଧାନମନ୍ତ୍ରୀ ହୋଇଥିଲେ ଆମ ଦେଶ କିପରି ହୋଇଥାନା / ତୁମେ ହେଁ ନେତାଜୀ / Suvash Chandra Bose

   
         
                                             ମହେଶ୍ୱର ବେହେରା ( କବି )
            ନେବା ଲାଗି ନେତା            ଧରିଛନ୍ତି ଛତା
                            ଅଛନ୍ତି ରକ୍ଷକ ସାଜି ,
            ତୁମ ପରି ନେତା                ନାହିଁ ଆଉ ସତ୍ତା
                           ଲୋଡା ତୁମେ ହେଁ ନେତାଜୀ ••••
                                  ଲୋଡା ତୁମେ ହେଁ ନେତାଜୀ
            ବ୍ଯକ୍ତିଗତ ସ୍ବାର୍ଥ                ଆଉ କିଛି ଅର୍ଥ
                            ଖେଳେ ରାଜନୀତି ବାଜି ,
             କ୍ଷମତା ଆଶାରେ             ନିଜର ଭାଷାରେ
                            ଚାଲେ ରୁଧିରରେ ଭିଜି ••••
                                  ଲୋଡା ତୁମେ ହେଁ ନେତାଜୀ
            ଭୁଲିଲ ଜୀବନ                 ହୋଇଲ ମହାନ
                            ଦେଶର ପ୍ରେମ ଅରଜି ,
            ଦେଶ ଲାଗି ମନ               ଦେଶ ବି ଜୀବନ
                            ସଂଗ୍ରାମ ପ୍ରଦୀପ ତେଜି ••••
                                 ଲୋଡା ତୁମେ ହେ ନେତାଜୀ
            ଚାଲିଲେ ଇଂରେଜ             ନେଇ ତାଙ୍କ ଫୌଜ
                           ଛାଡିଦେଲେ ଗୁଣ ରାଜି ,
            ସେ ସମସ୍ତ ଧ୍ବଂସ                କରିବାକୁ ଶେଷ
                            ଲୋଡା ତୁମେ ହେଁ ନେତାଜୀ ••••
                                  ଲୋଡା ତୁମେ ହେଁ ନେତାଜୀ ••••
                                     
                           ଜୟ ହିନ୍ଦ
             ଜୟ ହିନ୍ଦ •••• ଜୟ ହିନ୍ଦ •••• ଜୟ ହିନ୍ଦ ••••
             ସୁଭାଷ ଚନ୍ଦ୍ର ପାଇଥିଲେ ବିପଦ , ଜୟ ହିନ୍ଦ
             ସ୍ବାଧିନତା ପାଇ ବଢାଇଲେ ପାଦ ,ଜୟ ହିନ୍ଦ
             ଛାଡିଦେଲେ ସବୁ ସର୍ମାନ ସୁଆଦ ,ଜୟ ହିନ୍ଦ
             ପୂଜିଥିଲେ ଭାରତ ମାତାର ପଦ ,ଜୟ ହିନ୍ଦ
      ବନ୍ଦେ ମାତରମ୍ •• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
             ସ୍ବାଧିନତା ପାଇ ଛାଡିଲେନି ଜିଦ୍ ,ଜୟ ହିନ୍ଦ
             ଗୋରାଙ୍କୁ ଯିବାଙ୍କୁ କରିଲେ ତାଗିଦ୍,ଜୟ ହିନ୍ଦ
             ଭାରତ ମାତାର ପାଇ ଆର୍ଶିବାଦ , ଜୟ ହିନ୍ଦ
             ଭୁଲିଗଲେ ସବୁ ସମ୍ପଦ ବିପଦ , ଜୟ ହିନ୍ଦ
            ଗୋରାଙ୍କ ରହିବା କରିଦେଲେ ବନ୍ଦ ,ଜୟ ହିନ୍ଦ
             ଲିଭାଇଲେ ତାଙ୍କ ପୁନେଇ ଚାନ୍ଦ , ଜୟ ହିନ୍ଦ
      ବନ୍ଦେ ମାତରମ୍•• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
             ଗୋରାଙ୍କ ଉପରେ ସାଇତି ବିପଦ ,ଜୟ ହିନ୍ଦ
             ହୃଦୟ ଗଢିଲ ବିଶାଳ ବାରୁଦ , ଜୟ ହିନ୍ଦ
             ଭାରତବାସୀଙ୍କ ଆଖିରେ ଆନନ୍ଦ , ଜୟ ହିନ୍ଦ
             ଦେଶର ଉପରୁ ହଟିଲା ବିପଦ , ଜୟ ହିନ୍ଦ
             ଇଂରେଜଙ୍କ ଗୁଳିକୁ ଦେଖାଇ କାନ୍ଧ , ଜୟ ହିନ୍ଦ
             ଦେଖାଇ ଦେଲ ତାଙ୍କୁ ରକ୍ତର ହ୍ରଦ , ଜୟ ହିନ୍ଦ
      ବନ୍ଦେ ମାତରମ୍•• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
         
             

Friday, 15 December 2017

Work Importance part 3 / କରମ ଭାଗ ୩

             

             ଇଶ୍ବର ବିଶ୍ବାସ                  ଅନ୍ତର ସାହସ
                              ରହିଥାଉ ଚିରନ୍ତନ ,
                ସମସ୍ତ କରମ                   ଜୀବନ ଧରମ 
                              ହେଉଥାଉ ଚିରନ୍ତନ ।
                ମସ୍ତକ ଉପରେ                 ଜୀବନ ସାଥିରେ
                              ରହିଛି କେତେ ଦାୟିତ୍ବ ,                     
                ଶୋଇବା ପୂର୍ବରୁ                ଦିନର ଆଗରୁ
                              ସାରି ଦେବା ବୁଝି ତତ୍ତ୍ବ ।
                ବିଧିର ବିଧାନ                    ଅଟେ ଚିରନ୍ତନ
                              ସଭିଙ୍କ ଥାଏ ମରଣ ,
                ଦୁନିଆର ଏକ                   ସତ୍ଯ ନିର୍ଣାୟକ
                              କରି ହୁଏନା ଖଣ୍ଡନ ।
                ନେଇ ପଂଚତତ୍ତ୍ବ                 ସେଥିରେ ଦାୟିତ୍ବ
                              ଗଢା ଆମରି ଶରୀର ,
                ଆସେ ଏକ ଦିନ                ଯାହା ଚିରନ୍ତନ
                              ଯାଏ ସେ ମରଣ କୋଳ ।
                ଚାଲିଯାଏ ଧନ                  ଚାଲିଯାଏ ମାନ
                              ରହିଛି ରହେ କରମ ,
                ଦୁନିଆର ଗାଂନ                 ଯେତେ ଯାହା ମାନ
                              ସର୍ବଶ୍ରେଷ୍ଠ ନୁହେ ଧର୍ମ ।
                                           ୫▪       
                                                 ମହେଶ୍ବର କବି
         

Wednesday, 13 December 2017

OUR LIFE ।। ଆମ ଜୀବନ କିପରି ।। LIFE BY MAHESWAR KABI

                ରଙ୍ଗମଞ୍ଚ ଘର            ବହୁ କଳାକାର
                             ଗଢନ୍ତି ସ୍ବପ୍ନର ଘର,
                 ନିଜ ପରିଚୟ            କରିଦେଇ କ୍ଷୟ
                             ବଦଳାନ୍ତି ବାରବାର।
                 ଏ ଭବସାଗର            ସେହିପରି ଦ୍ବାର
                             ବଦଳାଏ ଭିନ୍ନ ମୋଡ,
                 କାହାକୁ ନାୟକ          କାହାକୁ ଚିନ୍ତୁକ
                             କରିଦେଇପାରେ ଜଡ।
                 ମାନବ ସମାଜ            ହୋଇଛନ୍ତି ସଜ
                             ବନିଛନ୍ତି କଳାକାର ,
                 ନିଜର ଚରିତ୍ର             ହୁଏ ରିପୁ ମିତ୍ର
                             ବୁଡି ଯାଉଛି ସଂସାର।
                 ବାସ୍ତବ ମାନବ            ଯା ଠାରେ ସମ୍ଭବ
                             ଆମରି ଉନ୍ନତି ଖ୍ଯାତି ,
                 ସେ ଆମରି ମାତା         ସେ ଜଗତଜିତା
                             ଲୋଡା ତା ଆଶିଷ ଶକ୍ତି।
                 ମହି ଭବରଙ୍ଗ             କରଇ ତରଙ୍ଗ
                              ଦେଉଥାଏ ସେ ସୁଯୋଗ,
                  କରଛଡା ହୁଏ            କେବେ ଚାଲିଯାଏ
                              କେବେ ଆସିଯାଏ ଯୋଗ।
                                          ୨୦•
              
             

Work Importance part 2 / ସମୟ ଭାଗ ୨

               ସମୟ ବଦଳେ              ଜୀବନ ସୁଧାରେ
                             ରଖିଲେ ଉଚ୍ଚ ଭାବନା,
                ନିଜର କରମ                ବଢାଏ ଧରମ
                              ସତ କରେ ସେ କଳ୍ପନା।
                ଜୀବନ ପଥରେ             ଆମରି ସାଥୀରେ
                              ରହିଅଛି କଣ୍ଟା ଫୁଲ ,
               ଯାହା ବିଁ ଘଟିଛି               ଯାହା ବି ଘଟୁଛି
                               ସବୁକିଛି ହେବ ଭଲ।
               ସକଳ ମଣିଷ                 ସମୟର ଦାସ
                               ଚାଲେ ଦେଇ ତାକୁ ତାଳ,
              କେବେ ସେ ସରସ            କେବେ ନାଗଫାଶ
                               ପୁଣି କେବେ ହୁଏ କାଳ।
              ଜୀବନ ଆମର                  ଆଲୋକ ଅନ୍ଧାର
                                ରହିଅଛି ସଦା ଘେରି,
               ଅନ୍ଧାର ପରେ ହିଁ               ଆଲୋକର ମହି
                                 ରଚିଛନ୍ତି ବିଶ୍ବଧାରି ।
               ଅତିତର ଦୁଃଖ                  ଦିଏନାହିଁ ସୁଖ
                                  ରଖନାହିଁ ତାହା ମନେ,
               ତୃଟିକୁ ସୁଧାରି                   ଭୁଲିଯାଇ କଳି
                                   ଆଗକୁ ବଢ ଜୀବନେ।
                                         ୧୪▪

ସମୟ ସହ ତାଳ ଦେଇ କିପରି ଚାଲିବା // Time Importance

      ସମୟ:- ଏମିତି କିଛି କଥା ଅଛି ଯେଉଁଥରେ  ଆପଣ ସମୟର ଗୁରୁତ୍ଵ ବୁଝି ପାରିବେ ଓ ତା ସହ ତାଳ ଦେଇ ଚାଲି ପାରିବେ।
୧:- ପ୍ରଥମ କଥା ସବୁବେଳେ ମନେ ରଖନ୍ତୁ ସମାଜ ସମୟ ଅନୁସାରେ ସବୁବେଳେ ବଦଳୁଥାଏ ତେଣୁ ନିଜକୁ ଓ ନିଜର କାମକୁ ସମୟ ଅନୁସାରେ ଗଢନ୍ତୁ।
୨:- ମଣିଷ ଜୀବନରେ କଣ୍ଟା, ଫୁଲ ସବୁ ରହିଥାଏ ଅର୍ଥାତ୍ ସୁଖ , ଦୁଃଖ ମିଶି ଆସିଥାଏ। ଯାହା ବି ଘଟୁଛି ଭଲ ମନେ କରି ଚାଲିଲେ ଓ ନିଜ କାମ ବଢାଇଲେ ସଫଳତା ମିଳିଥାଏ।
୩:- ନିଜର ସଫଳତାକୁ କେବେ ମୁଣ୍ଡରେ ଚଳିବାକୁ ଦିଅ ନାହି କାହିଁକି ନା ମଣିଷ ସମୟର ଦାସ ଓ ସମୟ କେବେ ବି ବଦଳାଇ ଯାଇ ପାରେ।
୪:- ଅତୀତର ବିଫଳତାର ଶିକ୍ଷାକୁ ନେଇ କର୍ମ କରାଗଲେ ସଫଳତା ନିଶ୍ଚିତ ମିଳିଥାଏ।   

               ସମୟ ବଦଳେ              ଜୀବନ ସୁଧାରେ
                             ରଖିଲେ ଉଚ୍ଚ ଭାବନା,
                ନିଜର କରମ                ବଢାଏ ଧରମ
                              ସତ କରେ ସେ କଳ୍ପନା।
                ଜୀବନ ପଥରେ             ଆମରି ସାଥୀରେ
                              ରହିଅଛି କଣ୍ଟା ଫୁଲ ,
               ଯାହା ବିଁ ଘଟିଛି               ଯାହା ବି ଘଟୁଛି
                               ସବୁକିଛି ହେବ ଭଲ।
               ସକଳ ମଣିଷ                 ସମୟର ଦାସ
                               ଚାଲେ ଦେଇ ତାକୁ ତାଳ,
              କେବେ ସେ ସରସ            କେବେ ନାଗଫାଶ
                               ପୁଣି କେବେ ହୁଏ କାଳ।
              ଜୀବନ ଆମର                  ଆଲୋକ ଅନ୍ଧାର
                                ରହିଅଛି ସଦା ଘେରି,
               ଅନ୍ଧାର ପରେ ହିଁ               ଆଲୋକର ମହି
                                 ରଚିଛନ୍ତି ବିଶ୍ବଧାରି ।
               ଅତିତର ଦୁଃଖ                  ଦିଏନାହିଁ ସୁଖ
                                  ରଖନାହିଁ ତାହା ମନେ,
               ତୃଟିକୁ ସୁଧାରି                   ଭୁଲିଯାଇ କଳି
                                   ଆଗକୁ ବଢ ଜୀବନେ।
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବ। ଆପଣ ନିଜ ବନ୍ଧୁ ଓ ସମ୍ପର୍କୀୟ ସହ ସେୟାର୍ କରନ୍ତୁ ।
NOTE :-  I hope this poem give you more Powerfull inspiration which is written by Maheswar Kabi. You can share it with your friends and relatives. Give your opinion in comment.
                                        

Monday, 11 December 2017

ଶ୍ରୀ ସୁବାଷ ବୋଷଙ୍କର ଏମିତି କିଛି କଥା ଯାହା ଆପଣ ଜାଣି ନଥିବେ// Subash Chandra Bose

  ଶ୍ରୀ ସୁବାଷ ଚନ୍ଦ୍ର ବୋଷ :- ଏହି ସ୍ବାଧୀନତା ସଂଗ୍ରାମୀ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ଏମିତି ବହୁତ୍ କିଛି କଥା ଅଛି ଯାହା ଆପଣ ଜାଣି ନଥିବେ।
୧:- ଶ୍ରୀ ସୁବାଷ ଚନ୍ଦ୍ର ବୋଷ ବହୁତ କମ୍ ସମୟ ପଢି କଲେକ୍ଟର ପାଇ ପ୍ରବେଶିକା ପରୀକ୍ଷା ଉତୀନ୍ନ କରିଥିଲେ କିନ୍ତୁ ଇଂରେଜ ମାନଙ୍କ ବ୍ୟବସ୍ଥାରେ ନ ମିଶିବା ପାଇଁ ଜିଲ୍ଲାପାଳ ଭଳି ବଡ ଚାକିରି ଛାଡି ଦେଇଥିଲେ।
୨:- ଦେଶରେ ସ୍ବରାଜ୍ଯ ଫେରାଇ ଆଣିବା ପାଇ ଯେତେବେଳେ ଫେରିଲେ ତାଙ୍କର ସ୍ବାଗତ ପାଇ ଷ୍ଟେସନରେ ବଡ ଜନ ଗହଳି ଲାଗି ଯାଇଥିଲା । ଏହା ଦେଖି ସୁବାଷ ବୋଷ ସେହି ଦିନ କହିଥିଲେ କି ଏଥର ଆମ ସ୍ବରାଜ୍ଯ ଫେରିବାକୁ କେହି ଅଟକେଇ ପାରିବେ ନାହିଁ ।
୩:- ଦେଶର ସ୍ବରାଜ୍ଯ ପାଇ ପ୍ରଥମେ ସେ ଗାନ୍ଧିଜୀଙ୍କ ସହ ମିଶି କଂଗ୍ରେସରେ ମିଶିଥିଲେ। ସେ ଦୁଇ ଦୁଇ ଥର କଂଗ୍ରେସର ସଭାପତି ହୋଇଥିଲେ। ଗାନ୍ଧିଜୀଙ୍କ ଅହିଂସା ପସନ୍ଦ ନ ଆସିବାରୁ ସେ କଂଗ୍ରେସ ଛାଡି ଦେଇ ବିଦେଶ ଚାଲି ଯାଇଥିଲେ।
୪:- ଜାପାନର ହିଟଲରଙ୍କ ସହ ମିଶି ଦେଶର ବାହାରେ ଥିବା ଭାରତୀୟ ସୈନଙ୍କୁ ନେଇ ଆଜାଦ୍ ହିନ୍ଦ ଫୈଜ ଗଠନ କରିଥିଲେ।
୫:- ଆଜି ବି ଶ୍ରୀ ସୁବାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଛି।
ତାଙ୍କ ପାଇ ଏହି କବିତା ସମର୍ପିତ କରା ଯାଇଛି


     ଜୟ ହିନ୍ଦ •••• ଜୟ ହିନ୍ଦ •••• ଜୟ ହିନ୍ଦ ••••
             ସୁଭାଷ ଚନ୍ଦ୍ର ପାଇଥିଲେ ବିପଦ , ଜୟ ହିନ୍ଦ
             ସ୍ବାଧିନତା ପାଇ ବଢାଇଲେ ପାଦ ,ଜୟ ହିନ୍ଦ
             ଛାଡିଦେଲେ ସବୁ ସର୍ମାନ ସୁଆଦ ,ଜୟ ହିନ୍ଦ
             ପୂଜିଥିଲେ ଭାରତ ମାତାର ପଦ ,ଜୟ ହିନ୍ଦ
      ବନ୍ଦେ ମାତରମ୍ •• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
             ସ୍ବାଧିନତା ପାଇ ଛାଡିଲେନି ଜିଦ୍ ,ଜୟ ହିନ୍ଦ
             ଗୋରାଙ୍କୁ ଯିବାଙ୍କୁ କରିଲେ ତାଗିଦ୍,ଜୟ ହିନ୍ଦ
             ଭାରତ ମାତାର ପାଇ ଆର୍ଶିବାଦ , ଜୟ ହିନ୍ଦ
             ଭୁଲିଗଲେ ସବୁ ସମ୍ପଦ ବିପଦ , ଜୟ ହିନ୍ଦ
            ଗୋରାଙ୍କ ରହିବା କରିଦେଲେ ବନ୍ଦ ,ଜୟ ହିନ୍ଦ
             ଲିଭାଇଲେ ତାଙ୍କ ପୁନେଇ ଚାନ୍ଦ , ଜୟ ହିନ୍ଦ
      ବନ୍ଦେ ମାତରମ୍•• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
             ଗୋରାଙ୍କ ଉପରେ ସାଇତି ବିପଦ ,ଜୟ ହିନ୍ଦ
             ହୃଦୟ ଗଢିଲ ବିଶାଳ ବାରୁଦ , ଜୟ ହିନ୍ଦ
             ଭାରତବାସୀଙ୍କ ଆଖିରେ ଆନନ୍ଦ , ଜୟ ହିନ୍ଦ
             ଦେଶର ଉପରୁ ହଟିଲା ବିପଦ , ଜୟ ହିନ୍ଦ
             ଇଂରେଜଙ୍କ ଗୁଳିକୁ ଦେଖାଇ କାନ୍ଧ , ଜୟ ହିନ୍ଦ
             ଦେଖାଇ ଦେଲ ତାଙ୍କୁ ରକ୍ତର ହ୍ରଦ , ଜୟ ହିନ୍ଦ
      ବନ୍ଦେ ମାତରମ୍•• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
                                        ମହେଶ୍ବର କବି

          You Tube:-  MaheswarKABI Creations
ଦ୍ରଷ୍ଟବ୍ଯ:- ଆଶା କରେ କି ଆପଣ ମାନଙ୍କୁ ଏହି କବିତା ଭଲ ଲାଗିଥିବା । ଆପଣଙ୍କୁ ଯଦି ଭଲଲାଗିଲା ତେବେ ସେୟାର୍ କରନ୍ତୁ ।
                                         ଧନ୍ୟବାଦ
         

Which Love is Great ( don't ignore )

                 
Compare which Love is GREAT
History gives us about many wars. If we go to histoty we found many wars which were occurs due to Love. Today i compare two works which are occurs due to Love they you say me that which is great Love.
                             

We are all know that TAJMAHAL was maked by shahajahan for his wife. Many indian Labours works for it day and night. After prepareing this king Shahajahan cuts all hands of Labours so we can't says that Shahajahan was the sign of Love. We can say that TAJMAHAL is the sign of our indian culture. After all Shahajahan make this to renember his wife named Mamtaj.
Recently  mountain man Dashrath Manji make mountain road. Once a day his wife was death because of this mountain so he take a promise to break this mountain so he continue his work  22 years. After 22 years he complete his work. He worked for it alone in another side many indian Labours helps to complete TAJMAHAL. You consider these two things and say which LOVE is great.

ଓଡିଶାକୁ ଲୋଡା / Odisha Needs

                ଓଡିଶାକୁ ଲୋଡା ଜନତା ଗ୍ଯାରେଜ ,
                 ଯିଏ ବଦଳାଇବ ଆମ ସମାଜ ।
                 ଓଡିଶାକୁ ଲୋଡା ଶ୍ରୀ ନରେଦ୍ର ମୋଦି ,
                 ବଦଳାଇ ଦେବେ ନେତା ଗତି ବଧି ।
                 ଓଡିଶାକୁ ଲୋଡା ନେତାଜୀ ସୁଭାଷ ,
                 ଯିଏ କରିବେ ଇଂରେଜ ଗୁଣ ଶେଷ ।
                 ଓଡିଶାକୁ ଲୋଡା ଓଡିଆଙ୍କ ପ୍ରୀତି ,
                 ଯାହା ଦ୍ବାରା ରହିବ ଆମରି ସଂସ୍କୃତି ।
                 ଓଡିଶାକୁ ଲୋଡା ଧନୀଙ୍କର ଦୟା ,
                 ଯାହା ଦ୍ବାରା ଭାଙ୍ଗିବ ଗରିବତା ମାୟା ।
                 ଓଡିଶାକୁ ଲୋଡା ଏମିତିକା ନେତା ,
                 ସଭିଁଙ୍କ ମନରେ ରଖିବ ଏକତା ।
                                     ୩▪   ମହେଶ୍ବର କବି

Real Independence/ ତଥାପି ଆମେ ସ୍ବାଧିନ

            ଝିଅଟିଏ ଯାଏନା ବାହାରକୁ ଚାଲିଗଲେ ଦିନ ,
          ମନ୍ତ୍ରୀ , ଏମ୍ ଏ ଏଲ ଙ୍କ ଦ୍ବାରା ପରିଚାଳିତ କେତେ ମନ ,
              ତଥାପି ଆମେ ସ୍ବାଧିନ ,,,,,ତଥାପି ଆମେ ସ୍ବାଧିନ,,,,
          ବହୁ ପ୍ରତିନିଧି ବୁଝନ୍ତିନି ଗୋ-ରକ୍ଷା ର ମାନ ,
           କରିବାକୁ ପଛାନ୍ତିନି ଆମ ଦେଶର ଅପମାନ,
               ତଥାପି ଆମେ ସ୍ବାଧିନ,,,,ତଥାପି ଆମେ ସ୍ବାଧିନ,,,,
           ଭୁଲନ୍ତି ଅହିଂସା ରଖିବାକୁ ନିଜ ସ୍ବାଭିମାନ,
            ସ୍ବଦେଶୀ ନୁହେ ବଢେ ବିଦେଶୀର ଗୁଣ ,
                ତଥାପି ଆମେ ସ୍ବାଧିନ,,,,ତଥାପି ଆମେ ସ୍ବାଧିନ,,,,
           କ୍ଷୁଦ୍ର ମାନସିକତାରେ ଚାଲିଯାଏ ବହୁ ଜୀବନ,
           ଜୀବନ ହୁଏ ପୋକ ମାଛି ସହ ସମାନ,
                 ତଥାପି ଆମେ ସ୍ବାଧିନ,,,,ତଥାପି ଆମେ ସ୍ବାଧିନ,,,,
           ମେକ୍ ଇନ୍ ଇଣ୍ଡିଆ କ୍ଯାମ୍ପରେ ବିଦେଶୀର ଗୁଣ ,
            ଯାହା ଦ୍ବାର ବଢୁଛି ବେରୋଜଗାରର ସ୍ଥାନ ,
                 ତଥାପି ଆମେ ସ୍ବାଧିନ,,,ତଥାପି ଆମେ ସ୍ବାଧିନ,,,,,
            ଏକସ୍ତରୀ ବର୍ଷର ଏହି ସ୍ବାଧୀନତାର ଦିନ ,
           ମିଳିମିଶି ରକ୍ଷା କରିବା ଭାରତ ସ୍ବାଭିମାନ ,
                 ତେବେ ରହିବ ସ୍ବାଧିନ,,,ତେବେ ରହିବ ସ୍ବାଧୀନ,,,
                ଜୟହିନ୍ଦ                       ବନ୍ଦେ ମାତରମ୍
                                               ମହେଶ୍ବର କବି
          You Tube:-Maheswar KABI Creations

ପିଲାଦିନ ଆଜି ସପନ/ Now Childhood is Dreams

 ପ୍ରଥମେ ସଭିଁଙ୍କୁ ଦିପାବଳି ବହୁତ୍ ଅଭିନନ୍ଦନ । ମଣିଷ  ଜୀବନର ପିଲାଦିନଟି ଚିରଦିନ ପାଇ ସ୍ମରଣୀୟ ହୋଇ ରହିଯାଏ । ପିଲାଦିନର ଅଧା ସମୟ ବିଦ୍ଯାଳୟରେ କଟିଥାଏ । ଏହି  ସମୟରେ ହୋଇଥିବା ହସ ଖୁସି ପରେ କେବେ ହୋଇ ପାରେନା । ବହୁତ ସମୟରେ ଇଚ୍ଛା ହୁଏ ଫୁଣି ଥରେ ପଛକୁ ପରିଯାଇ ବିଦ୍ୟାଳୟର ପଢା ଆରମ୍ଭ କରିବାକୁ ସେହି ହସ , ଖୁସି ,ରାଗ,ରୁଷା ,ମାନ , ଅଭିମାନ ପେରି ପାଇବାକୁ । ଆପଣମାନଙ୍କର କ'ଣ ଏମିତି ଇଚ୍ଛା ହୁଏନି କିଁ ।
                ମୁଁ ଏବେ ଏମିତି କିଛି ପିଲାଙ୍କ ବିଷୟରେ କହିବାକୁ ଯାଉଚି ଯେଉମାନେ ବିଦ୍ୟାଳୟର ସ୍ମୃତିକୁ ମନେ ରଖିବାକୁ ଏବେ ମଧ୍ଯ ମିଶିକି ଅଛନ୍ତି ଅର୍ଥାତ ସବୁଦିନ ଗୋଷ୍ଠୀ ହୋଇ କଥା ହେଉଛନ୍ତି ସେ ଫେସବୁକରେ ହଉ ଅବା ଏକାଠି ହୋଇ । ମୁ ସେ ମାନଙ୍କର ବିଦ୍ୟାଳୟର ସମୟ ବିଷୟରେ କହୁଛି । ସେହି ବିଦ୍ୟାଳୟରେ ସଭିଁଏ ଇତିହାସ ଗୁରୁଜୀଙ୍କୁ ବହୁତ୍ ମାନନ୍ତି ଓ ସର୍ମାନ କରନ୍ତି। ଆଉ ଜଣେ ଗୁରୁଜୀ ତାଙ୍କର ଅଲଗା ଅଲଗା ପଥରେ ପାଠ ପଢାନ୍ତି । ବଡ ହେବା ପରେ ବହୁ ଗବେଷଣା ପରେ ଜାଣି ପାରୁଛି କିଁ ଗୁରୁଜୀଙ୍କ ପଢାଇବାର ପଥ ଭୁଲ୍ ଥିଲା । ସେତେବେଳ କିନ୍ତୁ ଆମେ ସଭିଁଏ ମାନୁଥିଲୁ। ପୁଅ ଓ ଝିଅ ସଭିଏଁ ବହୁତ ମଜା କରୁଥିଲୁ । ଆଜି ବିଁ ସେ ସବୁ ମନେ ପଡିଲେ ଆପେ ଆପେ ମୁହଁରେ ହସ ଆସିଯାଏ ଆଉ ସେହି ସମୟକୁ ପେରିଯିବାକୁ ଇଚ୍ଛା ହୁଏ କିନ୍ତୁ ଏ ନିଷ୍ଠୁର ସମୟ ତାହାର ଅନୁମତି ଦିଏନାହିଁ । ଧିରେ ଧିରେ ସମୟ ବିଦ୍ୟାଳୟର ସାଥିକୁ ଦୂରେଇ ଦଉଚି କିନ୍ତୁ ଯେତେ ଚେଷ୍ଟା କଲେ ବି ମନରେ ରହିଯାଇ ଥିବା ସ୍ମୃତିକୁ କେମିତି ଭୁଲେଇବ। ସେହି ସ୍ମୃତି ରହିଛି ବୋଲି ତ ଯେବେ ବି ବନ୍ଧୁଟିଏ ଦେଖାହେଲେ କଥା ହଉ ହଉ ସମୟର ଅତିକ୍ରାନ୍ତ ଜଣା ପଡେନାହିଁ। ତମେ ଭାବୁଛ ମୁଁ କାହା ବିଦ୍ୟାଳୟର କାହାଣି କହୁଛି ଆରେ ବନ୍ଧୁ ମୁ ଆମ ବିଦ୍ୟାଳୟର କାହାଣୀ କହୁଥିଲି ।
              ଆମ ବିଦ୍ୟାଳୟର ସବୁ ପିଲାଙ୍କୁ ଏ କାହାଣୀ ସେୟାର୍ କର ବନ୍ଧୁ । ଧନ୍ୟବାଦ
                            ମହେଶ୍ବର କବି
You Tube:- Maheswar KABI Creations 

ଉତ୍କଳ/ Odisha Pride

             ହେ ଉତ୍କଳ ମଣି                 ଉତ୍କଳ ଗୌରବ
                             ଆହେ ଉତ୍କଳ ରତନ ,
               ଓଡିଆ ଭାଷାକୁ                 ସାଇତି ରଖିଲ
                             କରିଣ ବହୁ ଯତନ ।
               ଉତ୍କଳ ମାଟିର                   ହେ ବୀରପୁରୁଷ
                             ହୋଇ ରହିଛ ମହାନ ,
               ଭୁଲିବେନି କେବେ              ଓଡିଶାର ବାସି
                              ତୁମରି ମହାନ ଦାନ ।
               ଉତ୍କଳ ମାଆର                   ସତ୍ ମାନ ପାଇ
                              ଦେଇଛ ନିଜ ଜୀବନ ,
               ହେ ବୀରପୁରୁଷ                 ନାହିଁ ତୁମ ଶେଷ
                              ତୁମେ ଅମର ସନ୍ତାନ ,
              ରହିଥିଲ ଅଛ                      ଆଉ ରହିଥିବ
                              ମହି ଅଛି ଯେତେ ଦିନ ।
                                            ୨▪        ମହେଶ୍ବର କବି l
        You Tube:- Maheswar KABI Creations

ଆପଣଙ୍କ କବିତା ଆମ ପୃଷ୍ଠାରେ ଛାପିବାକୁ ଚାହୁଥିଲେ ଆମ ମେଲ୍ କୁ ଲେଖା ପଠାନ୍ତୁ ।
E - mail :- maheswarbehera525@gmail.com
କିମ୍ବା ଆମ FB PAGE ଆମେ ଓଡିଆ ଭାରି ବଢିଆ ସହ ସମ୍ପର୍କ କରନ୍ତୁ । ଧନ୍ୟବାଦ 

ପ୍ରଭୁ ଗଜାନନ/ Sri Ganesh

                ପ୍ରଭୁ ଗଜାନନ             ଦିଅ ଦିବ୍ଯଦାନ
                            ତୁମଠାରେ ମୋ ଶରଣ ,
                 ଅଶୁଭ ନିଧନ             ଆହେ ଗଜାନନ
                            ବନ୍ଦୁଛି ତୁମ ଚରଣ ।
                 ଦିଅ ଆର୍ଶିବାଦ           ହଟୁ ଏ ବିପଦ
                            ଭାଙ୍ଗିଯାଉ ସ୍ବାର୍ଥପଣ ,
                 ହେ କରୁଣାମୟ         ଶିକ୍ଷାର ମଳୟ
                            ହୁଅନି ତୁମେ  ପାଷାଣ ।
                 ପାଷାଣ ହୃଦୟ           ଲୋଡେ ଯେ ପ୍ରଳୟ
                            ତୁମେ ଅଟ ଶିକ୍ଷା ପ୍ରାଣ ।
                 ତୁମରି ମହିମା             ନାହିଁ ତାର ସୀମା
                            ଜଗତ ଜନ ହେବାର ଜାଣ
                 ଜଳ ସ୍ଥଳ ବନ             ସ୍ଥାବର ଜଙ୍ଗମ
                            ଥାଅ ତୁମେ ପ୍ରତିକ୍ଷଣ
                ଜ୍ଞାନର ଈଶ୍ବର               ହଟାଅ ତିମିର
                            କାମନା କର ହରଣ
                କରୁଣାବତାର                ଜ୍ଞାନର ସାଗର
                            କର ହିଂସାର ମରଣ
                ଏମିତି ବିଶ୍ବାସ                 କରହେ ପ୍ରକାଶ
                            ଥିବ ଯାହା ପ୍ରତିକ୍ଷଣ ।
                                    ୧୮
                                                    ମହେଶ୍ବର କବି

Transitory World / ଭବରଙ୍ଗ ଭାଗ ୧

             ଅନେକ ସୁଯୋଗ             ଦିଏ ଭବରଙ୍ଗ
                        ପାଇବାକୁ ମୋକ୍ଷ ପ୍ରାପ୍ତି,
             ଏଇ ଭବରଙ୍ଗ                  ବହୁ ଅନ୍ତରଙ୍ଗ
                        ମାୟାରେ ଦିଏ ସେ ଦୃପ୍ତି ।
             ମୋହ ମାୟା ନୀର           ପାପ ନଦୀ ଜଳ
                        ଏହି ଯେ ଭବସାଗର ,
             ଏ ଭବସାଗର                  ଅତିବ ସୁନ୍ଦର
                         ତଥାପି ମରଣଶୀଳ ।
            କାହା ପାଇ ମିତ୍ର               କାହା ପାଇ ସୁତ୍ର
                          ହେଉଅଛି ଭବରଙ୍ଗ,
            କାହାକୁ ରଖେନି              ଅମର ସେ ମାନି
                          ଦିଏ ସେ ମରଣ ଭଙ୍ଗ।
            ଦୁନିଆରେ ନାହି              କେବେ ରହିନାହି
                          ମୃତ୍ଯୁ ଶୂନ୍ଯ ପରିବାର,
             ମରଣ କୋଳରେ              କାଳର ହସ୍ତରେ
                          ସବୁ ହୁଏ ଛାରକାର ।
             ସକାଳ ସୁରୁଜ                 ଦେଖାଏ ତା ତେଜ
                          ସଂନ୍ଧ୍ଯାରେ ଯାଏ ମଉଳି,
             ଆଜିର ମଣିଷ                  ହୋଇବ ପାଉଶ
                          କାଳର ତେଜରେ ଜଳି।
                                      ୧୯•

       

Time Importance in odia By Maheswar Behera ( KABI ) / ସମୟ

                                               

             ଆଜି ଯିଏ ରାଜା             କାଲି ପାଏ ସଜା
                              ସବୁ ସମୟର ଖେଳ,
              କେବେ ପୁଣି ଭାଗ୍ଯ          ଲଗାଏ ସେ ଦାଗ
                              ଦୁନିଆ ମରଣଶୀଳ ।
              ଅତି ମୂଲ୍ଯବାନ               ରୁହ ଯତ୍ନବାନ
                              ସମୟ ହାତରେ ଡୋରି,
              ଆଜିର ଶୁଦ୍ଧତା                ଉଚ୍ଚ ଗୁଣବତା
                              ପାଏ ନାହିଁ ଯୋଗ୍ଯ ବାରି ।
              ଅନ୍ତରର ହିଂସା               ଘୋଟାଏ ତମସା
                              ଭସ୍ମ କରେ ସେ ଜୀବନ,
             ଦ୍ବେଷ ହିଂସା ଇର୍ଷା            ଯେତକ ସମସ୍ଯା
                              ଦୂର କରିଦିଏ ମନ ।
             ଏମିତି ସମୟ                   ହୁଏ ବ୍ଯବସାୟ
                               ଶିକ୍ଷା ଧର୍ମ ଭକ୍ତି ସହ,
              ଅତି ନିଚ୍ଚ ଧ୍ଯାନ                 ଦେଖିଲେ ନୟନ
                               ଉଠିଯାଏ ସେ ଆଗ୍ରହ ।
              ନିଜ ଭବିଷ୍ୟତ                  ରଖି ନିଜ ହାତ
                                ଭବିଷ୍ଯ କର ଉଜ୍ଜ୍ବଳ,
              ନହେଲେ ନିଶ୍ଚିତ                ହୁଏ ପ୍ରାୟଶ୍ଚିତ
                                ଭସ୍ମ ହୁଏ ଯେ ସକଳ ।
               ସମୟ ବଦଳେ              ଜୀବନ ସୁଧାରେ
                             ରଖିଲେ ଉଚ୍ଚ ଭାବନା,
                ନିଜର କରମ                ବଢାଏ ଧରମ
                              ସତ କରେ ସେ କଳ୍ପନା।
                ଜୀବନ ପଥରେ             ଆମରି ସାଥୀରେ
                              ରହିଅଛି କଣ୍ଟା ଫୁଲ ,
               ଯାହା ବିଁ ଘଟିଛି               ଯାହା ବି ଘଟୁଛି
                               ସବୁକିଛି ହେବ ଭଲ।
               ସକଳ ମଣିଷ                 ସମୟର ଦାସ
                               ଚାଲେ ଦେଇ ତାକୁ ତାଳ,
              କେବେ ସେ ସରସ            କେବେ ନାଗଫାଶ
                               ପୁଣି କେବେ ହୁଏ କାଳ।
              ଜୀବନ ଆମର                  ଆଲୋକ ଅନ୍ଧାର
                                ରହିଅଛି ସଦା ଘେରି,
               ଅନ୍ଧାର ପରେ ହିଁ               ଆଲୋକର ମହି
                                 ରଚିଛନ୍ତି ବିଶ୍ବଧାରି ।
               ଅତିତର ଦୁଃଖ                  ଦିଏନାହିଁ ସୁଖ
                                  ରଖନାହିଁ ତାହା ମନେ,
               ତୃଟିକୁ ସୁଧାରି                   ଭୁଲିଯାଇ କଳି
                                   ଆଗକୁ ବଢ ଜୀବନେ।
               ଅତିତର କଥା               ଦିଏ ଯଦି ବ୍ଯଥା
                              ଭୁଲିଯିବା ଅଟେ ଭଲ,
                କଣ୍ଟାର ଆଘାତ             କଷ୍ଟ ଦିଏ ସତ
                              ଦିଏ ସେ ସୁନ୍ଦର ଫୁଲ ।
                କଣ୍ଟାର ପ୍ରାଚୀର            ମଝିରେ ତା ଘର
                              ଭିତରେ ଅଛି ଗୋଲାପ,
                ସଫଳତା ସ୍ବାଦ             ବିଭବ ସମ୍ପଦ
                              ମିଳେ ରଖିଲେ ସକଂଳ୍ପ ।
                ବିପଦକୁ ଡରି                ରଖି ସୁଖ ବାରି
                              ମିଳେନାହି ସଫଳତା ,
                 ସମୟ ଆଗତେ            ଭିନ୍ନ ଭିନ୍ନ ମତେ
                              ଜିତି ହୁଏନା ସଭ୍ଯତା ।
                 ବିତିଯାଇ ଥିବା              ଚାଲିଯାଇ ଥିବା
                              ମୁହୂର୍ତ୍ତ କେବେ ଫେରେନା,
                 କରିଲେ କ୍ରନ୍ଦନ             ଯେତେ ଦେଲେ ଧନ
                              ଅତିତ କିଣି ହୁଏନା।
                 ଅତିତ କଥାରେ             ତାହାରି ବ୍ଯଥାରେ
                              ମନ ହୁଏ ଯଦି ଘୋରି,
                ସେପରି ବ୍ଯଥାକୁ             ପଚାରି ମନକୁ
                              ସେହି ବ୍ଯଥା ଦିଅ ମାରି ।
                ସମୟ କାହାରି                ରଖେନା ଗୁହାରି
                              କରେନାହିଁ ସେ ଅପେକ୍ଷା,
               ନିଜର ପଥରେ                 ଗାଏ ସେ ଗୀତରେ
                              ଦେଇଯାଏ ବହୁ ଶିକ୍ଷା ।
               କାହାରି ସାହାରା               ନ ମଣି ନିଆରା
                              କର୍ମ ପଥେ ଅଗ୍ରସର,
               ସେହିପରି ଗତି                 ହାରି ଅବା ଜିତି
                               ଦିଏ ଅମୃତର ନୀର ।
               ସର୍ବଦା ମଣିଷ                   ସମୟର ଦାସ
                               ରହିଅଛି ରହିଥିବ ,
              ସମୟକୁ ଛାଡି                   ଚାଲିଗଲେ ମାଡି
                               ସଫଳତା ଅସମ୍ଭବ ।
              କାଳ ତ ଏମିତି                   ରଖେ ବହୁ ଶକ୍ତି
                                ଫେରାଏ ପ୍ରତିବଦଳ ,
              ତାକୁ କଲେ ନଷ୍ଟ                ମିଳେ ବହୁ କଷ୍ଟ
                                ହୋଇପାରେ ପୁଣି ଖଳ ।
              ନଷ୍ଟ କରିଦିଏ                     ଦୁଃଖ ପୁଣି ଦିଏ
                                ନେଇଯାଏ ପ୍ରତିଶୋଧ,
              ଲୋଡା ହେଲେ ସିଏ            ଏମିତି କରାଏ
                                 କରିଦିଏ ପୁଣି ଗଧ ।
               କ୍ଷଣକ ସୁଖରେ                  କ୍ଷଣକ ନିଶାରେ
                           ହୋଇଥାଏ ଯେଉ କାମ ,
              ସୁଖ ହୁଏ ଦୁଃଖ                  ଅଶୁଭ ଚିନ୍ତକ
                           ହୋଇଯାଏ ସେ ଅର୍ଧମ ।
              ଇଶ୍ବର ସର୍ବଦା                    ଦିଅନ୍ତି ଏକଦା
                           ନେବାପାଇ ପ୍ରାୟଶ୍ଚିତ,
              ନେଲେ ପ୍ରାୟଶ୍ଚିତ               ତାହା ପାଇ ସତ
                            ହୋଇଯିବ ଦେବସୁତ ।
              ସମୟର ଦିଗ                    କଲେ ଉପଯୋଗ
                             ସମୟ ହୁଏ ପ୍ରସନ୍ନ,
              ଧୈଯ୍ଯର ବକ୍ଷରେ               କର୍ମର ସାକ୍ଷ୍ଯରେ
                             ହୋଇଥାଏ ସେ ମିଷ୍ଟାନ୍ନ।
              ଆମ ପରିବେଶ                ରଖଇ ବିଶ୍ବାସ
                              ଦିଏ ସେ ଭାବନା ଦିଗ,
              ଭାବେ ଯାହା ମନ             ରଖେ ଯଦି ଧ୍ଯାନ
                             ଆସିଯାଏ ସେହି ଯୁଗ।
              ସବୁଠାରୁ ସତ୍ଯ                ଘଟୁଅଛି ନିତ୍ଯ
                              ଚିରନ୍ତନ ଏ ମରଣ,
              ମରଣ ଏମିତି                   ଦେଖେନାହି ଜାତି
                              ଦେଖେନାହିଁ ସେ କାରଣ।
           
                                             
                          
            
       

Work is Everything/ କରମ ଭାଗ ୧

            ନଶ୍ବର ଶରୀର                ସୁନ୍ଦର ସଂସାର
                           ସମସ୍ତ ମରଣଶୀଳ ,
              ଆମେ ସବୁ ଏଠି              ଆଉ ଆମ ମାଟି
                           ଅଟୁ ଏକ କଳାକାର ।  
              ଜୀବନେ କରମ               ଆଣେ ଯେ ଧରମ
                           କରମ ହିଁ ଚିରନ୍ତନ ,
              କର୍ମ ବିନା ମନ                 ଶ୍ମଶାନ ସମାନ
                           ଘର କରେ ସଇତାନ ।
              କାହାକୁ କରମ                 ଉଠାଇ ସରମ
                           କରିଦିଏ ସେ ମହାନ ,
              ଆଉ କିଏ ପୁଣି                 ସବୁ ଜାଣି ଜାଣି
                           କରମ କରନ୍ତି ହୀନ ।
              ଯାଉ ଏହି ମନ                 ରାତି ଆଉ ଦିନ
                           କରେ କରମ ସାଧନ ,
              ଜୀବନ ତାହାର                ହୁଏ ଯେ ସୁନ୍ଦର
                           ହୁଏ ପ୍ରେମରେ ସିଂଚନ ।
              ଜୀବନ ଏପରି                  କରେ ଶିକ୍ଷା ବାରି
                           ପ୍ରତିକ୍ଷଣେ ଦିଏ ଶିକ୍ଷା ,
              ସେହି ଶିକ୍ଷା ଯାର              କରଇ ମଙ୍ଗଳ
                           ଦିଏ ବିଭବ ପ୍ରତୀକ୍ଷା ।
                                        ୩▪      
                                              ମହେଶ୍ବର କବି  

Teacher's Blessing/ ଗୁରୁବନ୍ଦନା

             ଗୁରୁଜୀ ଗୁରୁଜୀ ଗୁରୁଜୀ ।   
             ପ୍ରାଣ ଦିଅନ୍ତି ପ୍ରଭୁ ସାଜି ।।
             ସାଜନ୍ତି ଆମ ପାଇ ପ୍ରଭୂ ।।                                                                                                                                            
             କରନ୍ତି ଆମ ପାଇ ସବୁ ।।                                                
             ସବୁ ଆମ ପାଇ କରନ୍ତି । 
             ଆମ ପାଇ କଷ୍ଟ ସହନ୍ତି ।।
             ସହନ୍ତି ଆମ ପାଇ କଷ୍ଟ ।                      
             ହେବାନି ତାଙ୍କ ଆଗେ ଦୁଷ୍ଟ ।।
             ତାଙ୍କ ଆଗେ ଦୁଷ୍ଟ ହେବାନି ।
             ତାଙ୍କ ପାଇ ବିଦ୍ଯାରେ ଧନୀ ।।
                           ୧▪  ମହେଶ୍ବର କବି 

ପିତା ସ୍ବର୍ଗ ପିତା ଧର୍ମ/ Parents

       ହେଉ ବିଦ୍ଯାଳୟ ନାମଲେଖା
                                       ଯେତେକ ପରୀକ୍ଷା ,
        ସିଏ ମୂଳ ହେଲେ ଆମେ ଶାଖା
                                       ଦେଇଥାନ୍ତି ଶିକ୍ଷା ।
        ସବୁବେଳେ ହୋଇଥାନ୍ତି ଲୋଡା
                                        ନୁହନ୍ତି ଅଲୋଡା ,
        ନିଜ ମନ କରି ଅସଜଡା
                                        ଦିଅନ୍ତି କପଡା ।
        ଏହି ବ୍ଯକ୍ତିତ୍ବ ଆମରି ପିତା
                                       ସେ ଜଗତଜିତା ,
         ହେଉ ଜୀବନେ ଯେତେ ଶତ୍ରୁତା
                                       ନୁଆଅନି ମଥା ।
        ବଜାରର ଯେତେକ ଖେଳଣା
                                        ସବୁ ମନକିଣା ,
        ଆମ ମନ କଥା ତାଙ୍କୁ ଜଣା
                                       ସେ ସ୍ନେହ ଝରଣା ।
         ମହି କହେ ପିତା ସ୍ବର୍ଗ ପିତା ଧର୍ମ
                                       ହୃଦୟର ମର୍ମ ,
        ଆମ ପାଇ କରନ୍ତି କରମ
                                       ଆମ ପରିଶ୍ରମ ।
                                ୧୨▪             ମହେଶ୍ବର କବି  
             
        You Tube:- Maheswar KABI Creations

ମାଁ ସରଗଠୁ ବଡ ପୁଣି ମାଟିଠୁ ଭାରି // Maa

     

ମା ସରଗଠୁ ବଡ ପୁଣି ମାଟିଠୁ ଭାରି,
    ମା ଡାକ ଏଇ ଦୁନିଆରେ ଅମୃତ ପରି ।                                          
     ଦୁଃଖରେ ବିପଦରେ ନିଏ କୋଳେଇ,                                          
    କାନ୍ଦିଲେ ବୁଝାଏ ସେ ତାରା ଦେଖାଇ ,                                      
       ରୁଷିଲେ ରାଗିଲେ ବୁଝାଇ ନିଏ ଆଦରି ,                                        
    ମା ସରଗଠୁ ବଡ ପୁଣି ମାଟିଠୁ ଭାରି ,,,,,,,,                                      
ଅନ୍ଧାରୁ ଆଣି ସେ ଆଲୋକ ଦେଇଛି,
ସବୁ କରେ ସେ ପାଇବା ଆଶା ପୋଛି ,
ଏଇ ଯୁନ୍ଧ ଭୂମିରେ ସାରଥି ହୋଇ,
ସବୁବେଳେ ସେ ଦିଏ ବାଟ କଢେଇ ,
ସୁଖରେ ଦୁଃଖରେ ଥାଏ ସେ ପାଖେ ଆମରି ,
ମା ସରଗଠୁ ବଡ ପୁଣି ମାଟିଠୁ ଭାରି ,,,,,,,,
                     ୨▪
                              ମହେଶ୍ବର କବି       
You Tube:- Maheswar KABI Creations

ଓଡିଆ କବିତା ପଢନ୍ତୁ ଓଡିଆ ରଖନ୍ତୁ

ସୁବାଷ ବୋଷ ପ୍ରଧାନମନ୍ତ୍ରୀ ହୋଇଥିଲେ ଆମ ଦେଶ କିପରି ହୋଇଥାନା / ତୁମେ ହେଁ ନେତାଜୀ / Suvash Chandra Bose

                                                           ମହେଶ୍ୱର ବେହେରା ( କବି )             ନେବା ଲାଗି ନେତା            ଧରିଛନ୍ତି ଛତା ...