ପ୍ରଭୁ ଗଜାନନ ଦିଅ ଦିବ୍ଯଦାନ
ତୁମଠାରେ ମୋ ଶରଣ ,
ଅଶୁଭ ନିଧନ ଆହେ ଗଜାନନ
ବନ୍ଦୁଛି ତୁମ ଚରଣ ।
ଦିଅ ଆର୍ଶିବାଦ ହଟୁ ଏ ବିପଦ
ଭାଙ୍ଗିଯାଉ ସ୍ବାର୍ଥପଣ ,
ହେ କରୁଣାମୟ ଶିକ୍ଷାର ମଳୟ
ହୁଅନି ତୁମେ ପାଷାଣ ।
ପାଷାଣ ହୃଦୟ ଲୋଡେ ଯେ ପ୍ରଳୟ
ତୁମେ ଅଟ ଶିକ୍ଷା ପ୍ରାଣ ।
ତୁମରି ମହିମା ନାହିଁ ତାର ସୀମା
ଜଗତ ଜନ ହେବାର ଜାଣ
ଜଳ ସ୍ଥଳ ବନ ସ୍ଥାବର ଜଙ୍ଗମ
ଥାଅ ତୁମେ ପ୍ରତିକ୍ଷଣ
ଜ୍ଞାନର ଈଶ୍ବର ହଟାଅ ତିମିର
କାମନା କର ହରଣ
କରୁଣାବତାର ଜ୍ଞାନର ସାଗର
କର ହିଂସାର ମରଣ
ଏମିତି ବିଶ୍ବାସ କରହେ ପ୍ରକାଶ
ଥିବ ଯାହା ପ୍ରତିକ୍ଷଣ ।
୧୮
ମହେଶ୍ବର କବି
ତୁମଠାରେ ମୋ ଶରଣ ,
ଅଶୁଭ ନିଧନ ଆହେ ଗଜାନନ
ବନ୍ଦୁଛି ତୁମ ଚରଣ ।
ଦିଅ ଆର୍ଶିବାଦ ହଟୁ ଏ ବିପଦ
ଭାଙ୍ଗିଯାଉ ସ୍ବାର୍ଥପଣ ,
ହେ କରୁଣାମୟ ଶିକ୍ଷାର ମଳୟ
ହୁଅନି ତୁମେ ପାଷାଣ ।
ପାଷାଣ ହୃଦୟ ଲୋଡେ ଯେ ପ୍ରଳୟ
ତୁମେ ଅଟ ଶିକ୍ଷା ପ୍ରାଣ ।
ତୁମରି ମହିମା ନାହିଁ ତାର ସୀମା
ଜଗତ ଜନ ହେବାର ଜାଣ
ଜଳ ସ୍ଥଳ ବନ ସ୍ଥାବର ଜଙ୍ଗମ
ଥାଅ ତୁମେ ପ୍ରତିକ୍ଷଣ
ଜ୍ଞାନର ଈଶ୍ବର ହଟାଅ ତିମିର
କାମନା କର ହରଣ
କରୁଣାବତାର ଜ୍ଞାନର ସାଗର
କର ହିଂସାର ମରଣ
ଏମିତି ବିଶ୍ବାସ କରହେ ପ୍ରକାଶ
ଥିବ ଯାହା ପ୍ରତିକ୍ଷଣ ।
୧୮
ମହେଶ୍ବର କବି
No comments:
Post a Comment