ଇଶ୍ବର ବିଶ୍ବାସ ଅନ୍ତର ସାହସ
ରହିଥାଉ ଚିରନ୍ତନ ,
ସମସ୍ତ କରମ ଜୀବନ ଧରମ
ହେଉଥାଉ ଚିରନ୍ତନ ।
ମସ୍ତକ ଉପରେ ଜୀବନ ସାଥିରେ
ରହିଛି କେତେ ଦାୟିତ୍ବ ,
ଶୋଇବା ପୂର୍ବରୁ ଦିନର ଆଗରୁ
ସାରି ଦେବା ବୁଝି ତତ୍ତ୍ବ ।
ବିଧିର ବିଧାନ ଅଟେ ଚିରନ୍ତନ
ସଭିଙ୍କ ଥାଏ ମରଣ ,
ଦୁନିଆର ଏକ ସତ୍ଯ ନିର୍ଣାୟକ
କରି ହୁଏନା ଖଣ୍ଡନ ।
ନେଇ ପଂଚତତ୍ତ୍ବ ସେଥିରେ ଦାୟିତ୍ବ
ଗଢା ଆମରି ଶରୀର ,
ଆସେ ଏକ ଦିନ ଯାହା ଚିରନ୍ତନ
ଯାଏ ସେ ମରଣ କୋଳ ।
ଚାଲିଯାଏ ଧନ ଚାଲିଯାଏ ମାନ
ରହିଛି ରହେ କରମ ,
ଦୁନିଆର ଗାଂନ ଯେତେ ଯାହା ମାନ
ସର୍ବଶ୍ରେଷ୍ଠ ନୁହେ ଧର୍ମ ।
୫▪
ମହେଶ୍ବର କବି
No comments:
Post a Comment