ଦିନ ପରେ ଦିନ ମାସ ପରେ ମାସ
ବିତିଯାଏ ପୁଣି ବର୍ଷ ,
ଜାଣି ହୁଏ ନାହିଁ କେତେ ବେଳେ ପୁଣି
ନୂଆ ବର୍ଷ ଦିଏ ସ୍ପର୍ଶ,
ନୂତନ ବର୍ଷରେ ନୂତନ ଆଶାର
ମନରେ ହୁଏ ପ୍ରକାଶ,
ଆଉ କିଛି ଆଚ୍ଛା ହୋଇଯାଏ ଅଧା
ରହିଯାଏ ଅବଶୋଷ ,
ବିଶୁଦ୍ଧ ଭାବନା ନିସ୍ବାର୍ଥ କାମନା
ସତ୍ଯ ପ୍ରଭୁ ଆଶୁତୋଷ,
ଯେତେ କୁସଂସ୍କାର ପ୍ରଭୁ ଗଙ୍ଗାଧର
କରିଦିଅନ୍ତୁ ବିନାଶ,
ନୂତନ ବରଷ ଦିଅନ୍ତୁ ଆଶିଷ
ଘୃଣାଭାବ ହେଉ ଶେଷ,
ସମୟର ଗତି ମଣିଷର ସ୍ଥିତି
କମାଇ ଦିଏ ଆୟୁଷ,
ଜହ୍ନ ତାରା ପୁଣି କେତେକ ନକ୍ଷତ୍ର
ବକ୍ଷରେ ରଖେ ଆକାଶ,
ରଖିଦେଇ ଦୁଃଖ ସୁଖ କରେ ଦୃଶ୍ଯ
ଦେବତା ପରି ମଣିଷ,
ନୂତନ ବର୍ଷର ବହୁଳ ଶୁଭେଚ୍ଛା
ପହଞ୍ଚୁ ସହିଙ୍କ ପାଶ।
ମହେଶ୍ବର କବି
Tag your BEST FRIENDS........
Tag your ALL CHILDHOOD FRIENDS...
Tag your ALL FAMILY MEMBER......
No comments:
Post a Comment