Wednesday, 13 December 2017

ସମୟ ସହ ତାଳ ଦେଇ କିପରି ଚାଲିବା // Time Importance

      ସମୟ:- ଏମିତି କିଛି କଥା ଅଛି ଯେଉଁଥରେ  ଆପଣ ସମୟର ଗୁରୁତ୍ଵ ବୁଝି ପାରିବେ ଓ ତା ସହ ତାଳ ଦେଇ ଚାଲି ପାରିବେ।
୧:- ପ୍ରଥମ କଥା ସବୁବେଳେ ମନେ ରଖନ୍ତୁ ସମାଜ ସମୟ ଅନୁସାରେ ସବୁବେଳେ ବଦଳୁଥାଏ ତେଣୁ ନିଜକୁ ଓ ନିଜର କାମକୁ ସମୟ ଅନୁସାରେ ଗଢନ୍ତୁ।
୨:- ମଣିଷ ଜୀବନରେ କଣ୍ଟା, ଫୁଲ ସବୁ ରହିଥାଏ ଅର୍ଥାତ୍ ସୁଖ , ଦୁଃଖ ମିଶି ଆସିଥାଏ। ଯାହା ବି ଘଟୁଛି ଭଲ ମନେ କରି ଚାଲିଲେ ଓ ନିଜ କାମ ବଢାଇଲେ ସଫଳତା ମିଳିଥାଏ।
୩:- ନିଜର ସଫଳତାକୁ କେବେ ମୁଣ୍ଡରେ ଚଳିବାକୁ ଦିଅ ନାହି କାହିଁକି ନା ମଣିଷ ସମୟର ଦାସ ଓ ସମୟ କେବେ ବି ବଦଳାଇ ଯାଇ ପାରେ।
୪:- ଅତୀତର ବିଫଳତାର ଶିକ୍ଷାକୁ ନେଇ କର୍ମ କରାଗଲେ ସଫଳତା ନିଶ୍ଚିତ ମିଳିଥାଏ।   

               ସମୟ ବଦଳେ              ଜୀବନ ସୁଧାରେ
                             ରଖିଲେ ଉଚ୍ଚ ଭାବନା,
                ନିଜର କରମ                ବଢାଏ ଧରମ
                              ସତ କରେ ସେ କଳ୍ପନା।
                ଜୀବନ ପଥରେ             ଆମରି ସାଥୀରେ
                              ରହିଅଛି କଣ୍ଟା ଫୁଲ ,
               ଯାହା ବିଁ ଘଟିଛି               ଯାହା ବି ଘଟୁଛି
                               ସବୁକିଛି ହେବ ଭଲ।
               ସକଳ ମଣିଷ                 ସମୟର ଦାସ
                               ଚାଲେ ଦେଇ ତାକୁ ତାଳ,
              କେବେ ସେ ସରସ            କେବେ ନାଗଫାଶ
                               ପୁଣି କେବେ ହୁଏ କାଳ।
              ଜୀବନ ଆମର                  ଆଲୋକ ଅନ୍ଧାର
                                ରହିଅଛି ସଦା ଘେରି,
               ଅନ୍ଧାର ପରେ ହିଁ               ଆଲୋକର ମହି
                                 ରଚିଛନ୍ତି ବିଶ୍ବଧାରି ।
               ଅତିତର ଦୁଃଖ                  ଦିଏନାହିଁ ସୁଖ
                                  ରଖନାହିଁ ତାହା ମନେ,
               ତୃଟିକୁ ସୁଧାରି                   ଭୁଲିଯାଇ କଳି
                                   ଆଗକୁ ବଢ ଜୀବନେ।
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବ। ଆପଣ ନିଜ ବନ୍ଧୁ ଓ ସମ୍ପର୍କୀୟ ସହ ସେୟାର୍ କରନ୍ତୁ ।
NOTE :-  I hope this poem give you more Powerfull inspiration which is written by Maheswar Kabi. You can share it with your friends and relatives. Give your opinion in comment.
                                        

No comments:

Post a Comment

ଓଡିଆ କବିତା ପଢନ୍ତୁ ଓଡିଆ ରଖନ୍ତୁ

ସୁବାଷ ବୋଷ ପ୍ରଧାନମନ୍ତ୍ରୀ ହୋଇଥିଲେ ଆମ ଦେଶ କିପରି ହୋଇଥାନା / ତୁମେ ହେଁ ନେତାଜୀ / Suvash Chandra Bose

                                                           ମହେଶ୍ୱର ବେହେରା ( କବି )             ନେବା ଲାଗି ନେତା            ଧରିଛନ୍ତି ଛତା ...