ଜୀବନର ପିଲାଦିନଟି ଚିରଦିନ ପାଇ ସ୍ମରଣୀୟ ହୋଇ ରହିଯାଏ । ପିଲାଦିନର ଅଧା ସମୟ ବିଦ୍ଯାଳୟରେ କଟିଥାଏ । ଏହି ସମୟରେ ହୋଇଥିବା ହସ ଖୁସି ପରେ କେବେ ହୋଇ ପାରେନା । ବହୁତ ସମୟରେ ଇଚ୍ଛା ହୁଏ ଫୁଣି ଥରେ ପଛକୁ ପରିଯାଇ ବିଦ୍ୟାଳୟର ପଢା ଆରମ୍ଭ କରିବାକୁ ସେହି ହସ , ଖୁସି ,ରାଗ,ରୁଷା ,ମାନ , ଅଭିମାନ ପେରି ପାଇବାକୁ । ଆପଣମାନଙ୍କର କ'ଣ ଏମିତି ଇଚ୍ଛା ହୁଏନି କିଁ ।
ମୁଁ ଏବେ ଏମିତି କିଛି ପିଲାଙ୍କ ବିଷୟରେ କହିବାକୁ ଯାଉଚି ଯେଉମାନେ ବିଦ୍ୟାଳୟର ସ୍ମୃତିକୁ ମନେ ରଖିବାକୁ ଏବେ ମଧ୍ଯ ମିଶିକି ଅଛନ୍ତି ଅର୍ଥାତ ସବୁଦିନ ଗୋଷ୍ଠୀ ହୋଇ କଥା ହେଉଛନ୍ତି ସେ ଫେସବୁକରେ ହଉ ଅବା ଏକାଠି ହୋଇ । ମୁ ସେ ମାନଙ୍କର ବିଦ୍ୟାଳୟର ସମୟ ବିଷୟରେ କହୁଛି । ସେହି ବିଦ୍ୟାଳୟରେ ସଭିଁଏ ଇତିହାସ ଗୁରୁଜୀଙ୍କୁ ବହୁତ୍ ମାନନ୍ତି ଓ ସର୍ମାନ କରନ୍ତି। ଆଉ ଜଣେ ଗୁରୁଜୀ ତାଙ୍କର ଅଲଗା ଅଲଗା ପଥରେ ପାଠ ପଢାନ୍ତି । ବଡ ହେବା ପରେ ବହୁ ଗବେଷଣା ପରେ ଜାଣି ପାରୁଛି କିଁ ଗୁରୁଜୀଙ୍କ ପଢାଇବାର ପଥ ଭୁଲ୍ ଥିଲା । ସେତେବେଳ କିନ୍ତୁ ଆମେ ସଭିଁଏ ମାନୁଥିଲୁ। ପୁଅ ଓ ଝିଅ ସଭିଏଁ ବହୁତ ମଜା କରୁଥିଲୁ । ଆଜି ବିଁ ସେ ସବୁ ମନେ ପଡିଲେ ଆପେ ଆପେ ମୁହଁରେ ହସ ଆସିଯାଏ ଆଉ ସେହି ସମୟକୁ ପେରିଯିବାକୁ ଇଚ୍ଛା ହୁଏ କିନ୍ତୁ ଏ ନିଷ୍ଠୁର ସମୟ ତାହାର ଅନୁମତି ଦିଏନାହିଁ । ଧିରେ ଧିରେ ସମୟ ବିଦ୍ୟାଳୟର ସାଥିକୁ ଦୂରେଇ ଦଉଚି କିନ୍ତୁ ଯେତେ ଚେଷ୍ଟା କଲେ ବି ମନରେ ରହିଯାଇ ଥିବା ସ୍ମୃତିକୁ କେମିତି ଭୁଲେଇବ। ସେହି ସ୍ମୃତି ରହିଛି ବୋଲି ତ ଯେବେ ବି ବନ୍ଧୁଟିଏ ଦେଖାହେଲେ କଥା ହଉ ହଉ ସମୟର ଅତିକ୍ରାନ୍ତ ଜଣା ପଡେନାହିଁ। ତମେ ଭାବୁଛ ମୁଁ କାହା ବିଦ୍ୟାଳୟର କାହାଣି କହୁଛି ଆରେ ବନ୍ଧୁ ମୁ ଆମ ବିଦ୍ୟାଳୟର କାହାଣୀ କହୁଥିଲି ।
ଆମ ବିଦ୍ୟାଳୟର ସବୁ ପିଲାଙ୍କୁ ଏ କାହାଣୀ ସେୟାର୍ କର ବନ୍ଧୁ । ଧନ୍ୟବାଦ
ମହେଶ୍ବର କବି
You Tube:- Maheswar KABI Creations